ଶିବ ମନ୍ଦିର ଆଗରେ ଘର ନିର୍ମାଣ କୁ ଗ୍ରାମ ବାସୀ ଙ୍କ ବିରୋଧ

0
364

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ନବରଙ୍ଗପୁର ସହର ରଙ୍ଗମାଟିଗୁଡା କାଶୀବିଶ୍ୱନାଥ ଶିବମନ୍ଦିର ଆଗରେ ରାସ୍ତାପାର୍ଶ୍ବରେ ଏକ ଗୃହ ନିର୍ମାଣକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଗ୍ରାମବାସୀମାନେ ମନ୍ଦିର ନିକଟକୁ ଆସି କାମ ବନ୍ଦ କରାଇବା ସହ ଏଠାରେ କାମ କରାଇବାକୁ ଦେବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ୧୯୯୯ ମସିହାରେ ଏଠାରେ ଶିବନ୍ଦିର ନିର୍ମାଣ କରାଯାଇଥିବା ବେଳେ ଏହି ମନ୍ଦିରକୁ ଲାଗି ରାସ୍ତା ପାର୍ଶ୍ବରେ ଜଣେ ଅଣ୍ଟାସର ଗ୍ରାମର ବ୍ୟକ୍ତି ଗୃହନିର୍ମାଣ ପାଇଁ ମୂଳଦୂଆ ଖୋଳିଛନ୍ତି। ଏଠାରେ ଏକାଧିକ ଦୋକାନ ଘର କରିବାକୁ ଯୋଜନା କରିଥିବା କୁହାଯାଉଛି। ଖୋଲିବା ସମୟରେ ଗଣେଶ ମନ୍ଦିର ପାଇଁ ଥିବା ଦୀପଷ୍ଟାଣ୍ଡକୁ ମଧ୍ୟ ଭଙ୍ଗା ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଏହାଛଡା ମନ୍ଦିର ନିକଟ ଅଞ୍ଚଳରେ ଏହି ଗୃହ ପାଇଁ ପାଇଖାନା ଟାଙ୍କି ଖୋଳିଥିବା ନେଇ ଗ୍ରାମବାସୀମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଯଥା ଶିଘ୍ର ଉକ୍ତ ଲୋକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here