ହଳଦୀ ଗ୍ରାମର କାଜୁ ବାଡ଼ରେ ଚାଲିଥିବା ଜୁଆ ଆଡ୍ଡାରେ ଉପରେ ଚଢ଼ାଉ, ୮ ଅଟକ,୧୪ ଟି ବାଇକ ଜବତ

0
443

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମ ପାଖ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୮ ଜଣ ଲୋକ ଙ୍କୁ ଅଟକ ରଖିଥିବା ସହ ୧୪ ଟି ବାଇକ, ୫ଟି ମୋବାଇଲ ଏବଂ ୧୨ ହଜାର ୭୦୦ ସହ ଟଙ୍କା ଜବତ କରିଛି ଡାବୁଗାଁ ପୋଲିସ । ସନ୍ଧ୍ୟା ୭ ଘଣ୍ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଡାବୁଗାଁ ପୋଲିସ କାଜୁବାଡ଼ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛଡାଉ କରିଥିଲେ ।ପୋଲିସ ଛଡାଉ ସମୟରେ କିଛି ଜୁଆଡି ଛତ୍ରଭଙ୍ଗ ଦେଇ ପଳେଇଗଲେ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିୟା ସୂଚନା ଦେଇଛନ୍ତି ଏହି ଚଢାଉ ସମୟରେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେଉରିଆ, Oic ଚନ୍ଦ୍ର ଭାନୁ ମହାନ୍ତି ଓ କିଛି ପୋଲିସ କର୍ମଚାରୀଙ୍କୁ ନେଇ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଥିଲେ ।ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରି କେଶ ନ- ୯୮/୨୧ ତଦନ୍ତ ଜାରୀରହିଛି ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here