ପାଣି ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜା କରିବା ସହିତ ବେଙ୍ଗୁଲି ବିବାହ କଲେ ଆଦିବାସୀ

0
245

ଉମରକୋଟ: ସ୍ୱଳ୍ପ ବୃଷ୍ଟି କୁ ନେଇ ଚିନ୍ତାରେ ଚାଷୀ କୁଳ ଓ ବର୍ତମାନ ଚାତକ ଭଳି ବର୍ଷା କୁ ଚାହିଁ ବସିଛନ୍ତି।ସେପଟେ କିଛି ମାତ୍ରାରେ ଧାନ ରୁଆ ସାରିଲାଣି କିନ୍ତୁ ବର୍ଷା ଅଭାବ ରୁ ଜମି ସବୁ ଫାଟି ଅଇଁ କରିଲାଣି।ବେଙ୍ଗ ବେଙ୍ଗୁଲି ଙ୍କୁ ବାହା କରାଇଲେ ଇନ୍ଦ୍ର ଦେବତା କୃପା ରୁ ବର୍ଷା ହୁଏ ବୋଲି ଆଦିବାସୀ ସମ୍ପ୍ରଦାୟର ର ବିଶ୍ଵାସ ରହିଛି । ପୂର୍ବ କାଳର ଆଦିବାସୀ କଥା ତଥା ଆଦିବାସୀ ପରମ୍ପରା କୁ ମନେ ପକାଇ ଚାଷୀ କୁଳ ପୁଣି ସେହି ପରମ୍ପରା କୁ ଦୋହରାଇ ଛନ୍ତି।ଏହି ଭଳି ଏକ ସୁନ୍ଦର ଆଦିବାସୀ ପରମ୍ପରା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅଧିନ ବନିପଦର୍ ଗ୍ରାମରେ।

ସୂଚନା ଅନୁଯାୟୀ ଗ୍ରାମରେ ଭିମା,ଭିମାଣି ଙ୍କ ଦୁଇଟି କାଠର ପ୍ରତି ମୂର୍ତ୍ତି ଥାଏ ସେହି ଦୁଇଟି ମୂର୍ତ୍ତି କୁ ଗୋବର ପ୍ରଲେପ ଦେଇ ଗାଁ ମୁଣ୍ଡ ରେ ରଖାଯାଇ ଥାଏ।ଏବଂ ୯ ଦିନ ଦିନ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ତାଙ୍କ ରି ନିକଟରେ ବାହା ଘର ପ୍ରକ୍ରିୟା ଆୟୋଜନ କରାଯାଏ। ପ୍ରଥା ଅନୁଯାଇ ୯ ଭିତରେ ବର୍ଷା ହେବ ବୋଲି ପରମ୍ପରା ରହିଛି।ନବମ ଦିନରେ ମାନବ ଜାତିରେ ଯେଉଁ ଭଳି ଝିଅ, ପୁଅ ଙ୍କ ବାହା ଘର କାରାଯାଏ ସେହି ଭଳି ହିନ୍ଦୁ ରୀତି ନୀତି ଅନୁଯାଇ ବେଙ୍ଗ ବେଙ୍ଗୁଲି ବାହାଘର ପାଇଁ ପ୍ରସ୍ତୁତି କରାଯାଏ। ଗ୍ରାମରେ ରୋଇତ,ପୂଜାରୀ,ଗାଉଁଟିଆ ଭଳି ବିଭିନ୍ନ ଲୋକ ବସବାସ କରନ୍ତି ପୂର୍ବ ପରମ୍ପରା ଅନୁଯାୟୀ ବନ୍ଧୁ ବର୍ଗର ଲୋକେ କନ୍ୟା ପକ୍ଷ(ବେଙ୍ଗୁଲି) ପକ୍ଷ କାର୍ଯ୍ୟ ସମ୍ପାଦନ କରନ୍ତି ଓ ପୂଜାରୀ ସମ୍ପ୍ରଦାୟ ର ଲୋକେ ବର ପକ୍ଷ ବା(ବେଙ୍ଗ) ପକ୍ଷ କାର୍ଯ୍ୟ ସମ୍ପାଦନ କରନ୍ତି।ଗତ ୯ ଦିନ ତଳେ ବେଙ୍ଗ ବେଙ୍ଗୁଲି ଙ୍କ ବାହାଘର ଶୁଭ ପଡିଥିଲା ଓ ଠିକ ୯ ଦିନ ବା ଆଜି ସେମାନଙ୍କୁ ହଳଦୀ ଲଗାଇ ଗୋଟିଏ ମାଟି ହାଣ୍ଡିରେ ରଖି ଠିକ ହିନ୍ଦୁ ରୀତି ନୀତି ଅନୁଯାଇ ବାହାଘର ପାଇଁ ବେଙ୍ଗ ବରଯାତ୍ରୀ ଧରି ମନ୍ଦରା ବାଜା ର ତାଳେ ତାଳେ ମହିଳା,ପୁରୁଷ,ଯୁବତୀ,ଯୁବକ ମାନେ ନାଚି ନାଚି ରୋଷଣୀ ନେଇ ବେଙ୍ଗ ବେଙ୍ଗୁଲି ଘରକୁ ଆସି ଥିଲେ ଓ ବାହା ବେଦିରେ ଦୁହେଁ ବାହା ହୋଇଥିଲେ ଭୋଜି ଭାତର ହୋଇଥିଲା ଗୀତାର ଆସର ବି ବସିଥିଲା। ଶେଷରେ ବେଙ୍ଗ ବେଙ୍ଗୁଲି ଙ୍କୁ ଏକ ପୋଖରୀ ରେ ନେଇ ଛାଡି ଦିଆଗଲା।ଏହି ଭଳି ପରମ୍ପରା ପୂର୍ବକାଳରୁ ଚାଲି ଆସିଛି ବୋଲି ସୂଚନା ଦେଇଛନ୍ତି , ବନିପଦର୍ ଗାଁ ର ଶୁକ୍ରୁ ଗଣ୍ଡ ପୂଜାରୀ, ଅଟଳ ଗୋଣ୍ଡ, ଦୁର୍ଜନ ଗଣ୍ଡ , ରାଜନ୍ ଗଣ୍ଡ, ରଘୁ ଗଣ୍ଡ, ସାଦୁରମ୍ ଗଣ୍ଡ, କର ଗୌଡ , ଭଜନ ଲାଲ୍ ଗଣ୍ଡ

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here