ଦିବ୍ୟଜୀବନ ସଙ୍ଘ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳିତ

0
268

ବ୍ରହ୍ମପୁର: ସୋମବାର ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଦିବ୍ୟଜୀବନ ସଙ୍ଘ ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ତଥା ଯୋଗାଚାର୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜାଙ୍କ ଅଧକ୍ଷତାରେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହୋଇଯାଇଅଛି।ସ୍ୱାମୀ ଶିବାନନ୍ଦ ସ୍ୱାମୀ ଚିଦାନନ୍ଦ କୁହନ୍ତି ଯେ “ମାନବ ସେବା ହିଁ ମାଧବ ସେବା।”ଏଣୁ ବର୍ତ୍ତମାନ କରୋନାର ଭୟଙ୍କର ପରିସ୍ଥିତିରେ ମଧ୍ୟ ଯୁବ ପିଢ଼ି ସର୍ବଦା ସେବା ମନୋବୃତ୍ତି ରଖି ଅନ୍ୟର ମଙ୍ଗଳ କାମନା କରି ଆଗେଇ ଆସିବାର ଅଛି ବୋଲି ସ୍ୱାମୀଜୀ କହିଥିଲେ।ବର୍ଷକୁ ଅନ୍ୟୁନ ଗୋଟିଏ ଥର ରକ୍ତ ଦାନ ଦେବା ଆବଶ୍ୟକ।”ରକ୍ତ ଦାନ ମହତ ପୁଣ୍ୟ।”ଏଣୁ ମାନବ ରୂପୀ ଈଶ୍ୱରଙ୍କ ସେବାକୁ ସର୍ବଦା ପ୍ରାଧ୍ୟାନ୍ୟ ଦିଆଯାଇଛି।”ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହାଉ”ବାର୍ତ୍ତା ଦେଇ ଯୁବ ପିଢିଙ୍କୁ ମହତ କାମରେ ଯୋଗ ଦେଇ ନିଜକୁ ଧନ୍ୟ କରନ୍ତୁ ବୋଲି ସ୍ୱାମୀଜୀ ମହାରାଜ ଆହ୍ଵାନ ଦେଇଥିଲେ।

ସମସ୍ତ କୋଭିଡ କଟକଣାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶାଖାର ପୂର୍ବତନ ସଭାପତି ପି.ଗୋପୀନାଥ ଦୋରା, ବରିଷ୍ଠ ଗୁରୁଭାଇ ପି.ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି,ଇ.ସୀମାଞ୍ଚଳ, ଜଗନ୍ନାଥ ପ୍ରଧାନ, ଅକ୍ଷୟ କୁମାର ରଥ ଉପସ୍ଥିତ ଥିଲେ।ପରିଶେଷରେ ମାରୁତି ସତସଙ୍ଗ କେନ୍ଦ୍ରର ସଭାପତି ସହଦେବ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here