ପଲ୍ଲୀ ଭୂଇଁରୁ ଏକ ବିରଳ ପ୍ରତିଭାଙ୍କ ସାକ୍ଷାତକାର

0
474

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡିଖୋଲ ଗ୍ରାମର କବି ଦଣ୍ଡପାଣି ମହାପାତ୍ର ଏକ ସାମାଜିକ ପରିବର୍ତ୍ତନକାମୀ ମଣିଷର ଆଗ୍ନେୟ ଓଁକାର ଭିତରେ କବିତାର ଶାଣିତ ଅଙ୍ଗୀକାର ଯେ କେବଳ ନୁହେଁ, ଦୁର୍ଦ୍ଦଶ ଇସ୍ତାହାର ହେଉଛି ଅମଣିଷ ବିରୁଦ୍ଧରେ ତାଙ୍କର ପ୍ରତ୍ୟେକ ପଦାବଳୀ । ସାମ୍ବାଦିକ, ସାହିତ୍ୟିକ ସର୍ବୋପରି ଜଣେ ସଂକଳ୍ପମନା ଦୃଢ଼ ସଂଗଠକ ଭାବେ ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ । ବିବେକବାଦର ଚିତ୍ରଚିରାଳ ଉଡାଇ ଉଡାଇ ମାନବିକ ପରିଭାଷାରେ ମଣିଷର ଜୟଗାନ କରୁଥିବା ଏହି କବି ତାଙ୍କ ସୃଜନଶୀଳ ସାଧନାର ତପସ୍ୟାବେଦୀରେ ଅବିଶ୍ରାନ୍ତ ଗାଇଚାଲିଛନ୍ତି ଗଣମୁକ୍ତିର ବେଦଧ୍ଵନୀ । ତାଙ୍କ ନାନ୍ଦିପାଠର ଛତ୍ରେ ଛତ୍ରେ ଫୁଟି ଉଠିଛି ଦୀନହୀନ ମାନବାତ୍ମା ପାଇଁ କର୍କଶ ରେ-ରେ କାରର ଉଗ୍ରଚେତାବନୀ । ଦାରିଦ୍ର୍ୟର ଦାରୁଣ କଷାଘାତ କବିଙ୍କୁ କରିଛି ଅଗ୍ନିଦଗ୍ଧ କାଞ୍ଚନ ଭଳି ଚିର ଜାଜ୍ଜୁଲ୍ୟମାନ । ତାଙ୍କ ବିପ୍ଲବୀ କାବ୍ୟିକ ଚେତନାର ସୁର-ଶବ୍ଦ ତୁଣୀରରେ ସଦା-ଜାଗ୍ରତ କ୍ରୋଧିତକ୍ରାନ୍ତୀର ସ୍ଫର୍ଦ୍ଧିତ ପାଶୁପତ । ବର୍ଣ୍ଣବୈଷମ୍ୟର ବାହାରେ ଅଜସ୍ର ରୌଦ୍ରଦଗ୍ଧ ଉତ୍ତପ୍ତ ମଧ୍ୟାହ୍ନ ଝାଞ୍ଜିରେ ଆକ୍ତା ମାକ୍ତା ତାଙ୍କ କବିତ୍ୱର ପରିଭାଷା ।
ସେ କହନ୍ତି –
କାଲି ତ ନଥିଲା କିଛି ବି ମୋ ଠାରେ
ଆଜି ବି ତ କିଛି ନାହିଁ
ଆଜି ବି ମୁଁ ଘୂରେ ଯାଯାବର ଭଳି
ମରୁ ମହଲ୍ଲାର ଗାଇ
ତୃଷା ମେଣ୍ଟାଏ ମୃଗତୃଷ୍ଣାରୁ
ପିଇ ଆଞ୍ଜୁଳେ ଜଳ
ଭାତ ନୁହେଁ ଭୋକ, ମୋ ଚଲାପଥର
ସାଥି ଆଉ ସହଚର
ଧନହୀନ ମୁଁତ କବି
ଗଭୀର ରାତ୍ର କୋଳେ ବସି ଆଙ୍କେ
ସୂର୍ଯ୍ୟୋଦୟର ଛବି ।

ଏଭଳି ଜଣେ ମହାନ ପ୍ରତିଭା, ଯିଏ ଆଧୂନା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଏବଂ ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀର ଉପାଧ୍ୟକ୍ଷ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଯାହାର ସଂକ୍ଷିପ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here