କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ସମିତି ବୈଠକ

0
258

ବ୍ରହ୍ମପୁର:କୁକୁଡ଼ାଖଣ୍ଡି ବ୍ଲକରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ,କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଏଇ ସୁଜିତ କୁମାର ତହଲ , ବିଇଓ ଏସ.ଗିରିଧାରୀ,ଏବିଡିଓ ବିଜୟ କୁମାର ପ୍ରଧାନ, ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ ,ସିଡିପିଓ କୁସୁମ ସାହୁ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରାମଚନ୍ଦ୍ର ମହାପାତ୍ର ,କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। କରୋନା ମହାମାରୀ ସଂକ୍ରମଣ କାରଣରୁ ଏହି ବୈଠକ ହୋଇନପାରି ସ୍ଥଗିତ ରହିଥିଲା।କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି ସାମାଜିକ ଦୂରତ୍ୱ ରକ୍ଷାକରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବିଭିନ୍ନ ମୌଳିକ ସମସ୍ୟା ଲୋକଙ୍କ ପାଖରେ ପହଞ୍ଚୁନଥିବା ନେଇ କିଛି ପଞ୍ଚାୟତ ପ୍ରତିନିଧି ଅଭିଯୋଗ କରିବା ସହ କୃଷି ଅଧିକାରୀଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଘାଇଲା କରିଥିଲେ।ଏହା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏମଜିଏନଆରଜିଏସ ,ମୋ କୁଡ଼ିଆ, ଆବାସ ଯୋଜନା,ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଉପରେ ଉପସ୍ଥିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ ବ୍ଳକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ। ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ କୁକୁଡ଼ାଖଣ୍ଡି ବ୍ଳକରେ ଏକ ଗ୍ରାମ୍ୟ ନ୍ୟାୟାଳୟ ନିମନ୍ତେ ପ୍ରସ୍ତାବ ଦେଇଥିଲେ।ସେହିଭଳି ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁଙ୍କ ସମେତ ଅନ୍ୟ ପିଆର୍ ମେମ୍ବର ମଧ୍ୟ କୃଷି ସମସ୍ୟା ସମ୍ପର୍କରେ କୃଷି ଅଧିକାରୀଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଘାଇଲା କରିଥିଲେ।ବାଘଲଟି ସରପଞ୍ଚ ସାରଥୀ ଗୌଡ଼ ଭେକ୍ସିନ୍ ଟୀକା ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ ରାମଚନ୍ଦ୍ର ମହାପାତ୍ର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରିଥିଲେ।କୋଭିସିଲଡ଼ ଟୀକା କୋଭାସ୍କିନ୍ ଟୀକା ଦେବା ସମ୍ପର୍କରେ ପଚାରି ବୁଝିଥିଲେ।ସେହିଭଳି ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବର୍ତ୍ତମାନ ସ୍ଥାୟୀ ଡାକ୍ତର ମରୁଡ଼ି ପଡିଥିବା ବେଳେ ବର୍ତ୍ତମାନ ସ୍ଥାୟୀ ଡାକ୍ତର ମାନଙ୍କୁ ନିଯୁକ୍ତି ଦୀୟାଯାଉ ବୋଲି କହିଥିଲେlସେହିଭଳି ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ।ଏହି ସମିତି ବୈଠକରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଟି.ରଘୁ ପ୍ରସାଦ ପାତ୍ର,ଗୋପାଳପୁର ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,ନିରୂପମା ପାତ୍ରଙ୍କ ସମେତ ସରପଞ୍ଚ ପ୍ରଦୀପ କୁମାର ମଲଣା,ବିଷ୍ଣୁପ୍ରିୟା ପାତ୍ର,ମିନତି ବେହେରା,ଟି. ମିନତୀ ପାତ୍ର, ହାଡୁବନ୍ଧୁ ବେହେରା,ପ୍ରଶାନ୍ତ କୁମାର ସ୍ବାଇଁ,ବସନ୍ତ ସାହୁ, ସଜନୀ ମହାରଣା,ରାଧାରାଣି ଜେନା, ଉଷା ଦାସ, ସସ୍ମିତା କୁମାରୀ ପଣ୍ଡା,ଏ.ଚେନ୍ନେୟା,ସୀତା ରାଉଳ, ସିତାରାମ ସାହୁ,ନରସିଂହ ସାହୁ,ଏମ୍.ବିସିକେଶନ,ନିରଞ୍ଜନ ମହାନ୍ତି,ଟୁକୁନା ପାଣିଗ୍ରାହୀ,ଲକ୍ଷ୍ମୀ ସ୍ୱାଇଁ,ବନିତା କୁମାରୀ ଗୌଡ, ପିଙ୍କି ଦାସ,ମୀରା ସାହୁ,ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।ପରିଶେଷରେ ଏବିଡିଓ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ବାଚସ୍ପତିଙ୍କ କୁକୁଡ଼ାଖଣ୍ଡି ବ୍ଲକ ଗସ୍ତ ସମୟରେ ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ସାହୁ, ଛାତ୍ର ବିଜେଡି ସଭାପତି ରାଧାମୋହନ ସେଠି,ରବୀନ୍ଦ୍ର ମହାରଣାଙ୍କ ସମେତ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here