ଆହତ ପେଚାର ଚିକିତ୍ସା କଲେ ପଶୁପ୍ରେମୀ ଲଲାଟେନ୍ଦୁ

0
273

ବ୍ରହ୍ମପୁର : କରୋନା ଯୋଗୁ ମଣିଷଙ୍କ ସମେତ ପଶୁ ପକ୍ଷୀଙ୍କ ଚାଲିଚଳନ ଉପରେ ଗଭୀର ପ୍ରଭାବ ପଡିଛି । ହୋଟେଲ୍, ଦୋକାନବଜାର ସବୁ ବନ୍ଦ ରହିଥିବାରୁ ପଶୁପକ୍ଷୀମାନେ ଠିକ୍ ଭାବେ ଖାଇବାକୁ ପାଉନଥିବା ଦେଖିବାକୁ ମିଳୁଛି । ଆଜି ବ୍ରହ୍ମପୁର ପୁରୁଣା ବିଡ଼ିଏ ଅଫିସ୍ ସମ୍ମୁଖରେ ଏକ ଉଲୁକ ବା ପେଚା ଖାଦ୍ୟ ଓ ପାଣି ନପାଇ ଭାରସାମ୍ୟ ହରାଇ ଗଛରୁ ତଳେ ପଡିଯାଇଥିଲା । ପେଚାଟି ତଳେ ପଡି଼ବା ପରେ ତା’ର ଗୋଟିଏ ଡେଣା ଆହାତ ହେବାରୁ ସେ ଉଡ଼ି ପାରିନଥିଲା । ତଳେ ପଡ଼ି ଛଟପଟ ହେଉଥିବା ବେଳେ ଖବର ପାଇ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ସେଠାରେ ପହଞ୍ଚିଥିଲେ । ସେ ପ୍ରାଣୀ ବିଭାଗକୁ ଖବର ଦେବାପରେ ଅମୁଲାନ୍ସ ଯୋଗେ ଡକ୍ଟର ସୋମିକ୍ ସ୍ୱାଇଁ, ସହଯୋଗୀ ପ୍ରଣୟ ରେଡ୍ଡୀ, ସାଇରାମ ରେଡ୍ଡୀ ସେଠାରେ ପହଞ୍ଚି ପେଚାଟିର ଚିକିତ୍ସା କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏଥିରେ ବ୍ରହ୍ମପୁର ଜି.ଏସ.ଟି ଏବଂ କେନ୍ଦ୍ର ଉତ୍ପାଦ ଶୁଳ୍କ ମଣ୍ଡଳର କର୍ମଚାରୀ ପ୍ରଦୀପ କୁମାର ଜେନା, ସୁଶାନ୍ତ ନାୟକ, ପ୍ରକାଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ । ଆଜିର ଏହି ମହାନ୍ କାର୍ଯ୍ୟକୁ ଜି.ଏସ.ଟି ଏବଂ କେନ୍ଦ୍ର ଉତ୍ପାଦ ଶୁଳ୍କ ମଣ୍ଡଳର କର୍ମଚାରୀମାନେ ପଶୁପ୍ରେମୀ ଶ୍ରୀ ଚୌଧୁରୀଙ୍କୁ ପ୍ରଶଂସା କରିବା ସହ ପଶୁ ଚିକିତ୍ସାଳୟ ଏବଂ ବନ ବିଭାଗରର କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here