ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଘର ଘର ବୁଲି ଭତା ବଣ୍ଟନ କଲା ବ୍ଲକ ପ୍ରଶାସନ

0
351

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କିଆ ପଞ୍ଚାୟତରେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ଭତା ବଣ୍ଟନ କରାଯାଇଛି।ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଦେଶରେ ଲକ୍‌ଡାଉନ୍ ଓ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ପ୍ରଶାସନ ଅଧିକାରୀ ମାନଙ୍କ ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱେଚ୍ଛସେବୀ ମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଲୋକମାନେ ଆବଶ୍ୟକ ନଥିଲେ ଘରରୁ ନବାହାରିବା ପାଇଁ ନିବେଦନ କରାଯାଉଛି। ତେବେ ଲୋକେ ଯେପରି ଘରେ ରହି ସମସ୍ତ ସୁବିଧା ପାଇପାରିବେ ସେଥିନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି।ତେବେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଏବଂ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ପ୍ରଥମେ କଙ୍କିଆ ପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ, ସ୍ଥାନୀୟ ପିଇଓ ଅଶୋକ କୁମାର ପଟ୍ଟନାୟକଙ୍କ ଜରିଆରେ ବିଭିନ୍ନ ଗ୍ରାମକୁ ଗସ୍ତ କରି ପ୍ରତ୍ୟେକ ନୂତନ ହିତାଧିକାରୀଙ୍କୁ ୭ ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଲେ।ସେହିଭଳି ବାଘଲଟି, ସିହଳା,ମୋହଡା,ଲାଠି ଓ ବନ୍ତପଲ୍ଲୀ ଆଦି ପଞ୍ଚାୟତରେ ମଧ୍ୟ ନୂତନ ଭାବେ ଜଡ଼ିତ ହୋଇଥିବା ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ ବିଡିଓ ଗଦାଧର ପାତ୍ର ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର। ଏହି ଅବସରରେ ବାଘଲଟି ସରପଞ୍ଚ ସାରଥୀ ପ୍ରସାଦ ଗୌଡ, ବନ୍ଥପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ,ଲାଠି ସରପଞ୍ଚ ସସ୍ମିତା ପଣ୍ଡା,ଶିହଳା ସରପଞ୍ଚ ବିପ୍ର ଚରଣ ମଲ୍ଲିକ, ମୋହଡା ସରପଞ୍ଚ ସଞ୍ଜୟ କୁମାର ସାହୁଙ୍କ ସମେତ ପିଇଓ ରାମ ଚନ୍ଦ୍ର ଦଳେଇ,ପିଇଓ କେ. ରାମକ୍ରିଷ୍ଣା,ଲାଠି ସମିତି ସଭ୍ୟା ବନିତା ଗୌଡ,ରାଜେଶ ମଲ୍ଲିକ,ସୁମିତ୍ରା ନାୟକ,ରଙ୍କନିଧି ପଣ୍ଡା, କୃଷ୍ଣଚନ୍ଦ୍ର ଗୌଡ଼,ଶିହଳା ସମିତି ସଭ୍ୟ ପ୍ରଶାନ୍ତ କୁମାର ଦାସ,ଶଙ୍କର ଗୌଡ଼, ସରୋଜ ପାତ୍ର, ରାଜେନ୍ଦ୍ର ଗୌଡ଼,ନୀଳମାଧବ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here