ନିଶିଗନ୍ଧା ଉତ୍ତରାଂଚଳ ଶବ୍ଦ ଝଙ୍କାର ,ମନୋରମ କବିତା ଆସର “ନିଶିଗନ୍ଧା ମଧୁକ୍ଷରା” କାର୍ଯ୍ୟକ୍ରମ ଅନୁଷ୍ଠିତ

0
329

ଭୁବନେଶ୍ୱର :ସମ୍ପ୍ରତି କରୋନାର ପାଦୁର୍ଭାଵ ସାରା ଓଡିଶା ନୁହଁ ସାରା ପୃଥିବୀ କୁ ଦୋହଲାଇ ଦେଇଛି ।ସାରା ପୃଥିବୀ ଆଜି ସ୍ତବ୍ଧ । ଏଭଳି ପରିସ୍ଥିରେ ଓଡ଼ିଆ ଭାଷାର ଉନ୍ନତି ଓ ଅଗ୍ରଗତି କଥା ଚିନ୍ତା କରିବା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଭାରତର ସମସ୍ତ ଭାଷା ଅନୁଷ୍ଠାନ ମାନଙ୍କ ମଧ୍ୟରେ ଅଗ୍ରଣୀ ତଥା ଲକ୍ଷେ ଓଡ଼ିଆର ମୌଡ଼ମଣୀ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଉତ୍ତରାଂଚଳ ଜୋନ ତରଫରୁ କରୋନା ନିୟମାବଳୀ ଅନୁପାଳନ କରି ଗୁଗୁଲ ମିଟ ମାଧ୍ୟମରେ ସୁନ୍ଦର କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡା.ଦେବୀ ପ୍ରସାଦ ମିଶ୍ର,ପର୍ଯ୍ୟବେକ୍ଷକ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ନିଶିଗନ୍ଧା ଅନୁଷ୍ଠାନର ଲସାହିତ୍ୟ,ସେବା, ନାରୀ ସଶକ୍ତିକରଣ ପରି ନିଆରା,ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଖ୍ୟାତି ସାରା ବିଶ୍ୱରେ ନିଶିଗନ୍ଧା ଖବର ମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହୋଇ ଦିନେ ପ୍ରସିଦ୍ଧି ଲାଭ କରିପାରିବ ବୋଲି ଦୃଢ଼ ମତ ପୋଷଣ କରIଥିଲେ।ମୁଖ୍ୟବକ୍ତା ବଳରାମ ତରାଇ,ପ୍ରତିଷ୍ଠାତା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ,ବରେଣ୍ୟ ଅତିଥି ଚିତ୍ତରଞ୍ଜନ ନନ୍ଦ,ଉପ ସଭାପତି ନିଶିଗନ୍ଧା ଭାଷା ପ୍ରତିଷ୍ଠାନ,ସରସ୍ୱତୀ ନାୟକ,ସଂପାଦିକା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ରାମନାରାୟଣ ଶର୍ମା,ବିଚାରକ ଉତ୍ତରାଂଚଳ ଜୋନ,ହରିହର ଭକ୍ତା,ସଭାପତି ଉତ୍ତରାଂଚଳ ଜୋନ। ଏବଂ ଗଣେଶ ଚନ୍ଦ୍ର ଜେନା,ଜୋନ ସଂଯୋଜକ ଉତ୍ତରାଂଚଳ ଓ ମଞ୍ଚ ପରିଚାଳନା ତଥା ସଭା ସଂଯୋଜନା କରିଥିବା ଶିକ୍ଷକ ତଥା ଯୁବସମାଜସେବୀ ଗଣେଶ ଚନ୍ଦ୍ର ଜେନା ଉପସ୍ଥିତ ରହି ସ୍ଵୀୟ ବକ୍ତବ୍ୟରେ ନିଶିଗନ୍ଧା ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମର ସୁବିସ୍ତୃତ ବିବରଣୀ ପ୍ରଦାନ କରି ଦିନେ ନା ଦିନେ ଏହି ଅନୁଷ୍ଠାନ ବିଶ୍ୱସ୍ତରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।କବିତା ଆସର “ନିଶିଗନ୍ଧା ମଧୁକ୍ଷରା”କୁ କବିତା ରଙ୍ଗରେ ରଙ୍ଗେଇ ଥିଲେ ଉତ୍ତରାଂଚଳ ଜୋନ ସାରସ୍ୱତ ସାଧକ,ସାଧିକା ତଥା ଉପସ୍ଥିତ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ତଥା ଭଦ୍ର ମଣ୍ଡଳୀ । ପ୍ରକୃତରେ କବିତା ଆସରଟି କବି,କବୟିତ୍ରୀ ମାନଙ୍କ କବିତାରେ ଏକ ସୁମଧୁର ଶବ୍ଦର ଝଙ୍କାର ସହିତ ମନୋରମ ବାର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି କରିଥିଲା । ଶେଷରେ ସଭାପତି ହରିହର ଭୁକ୍ତା ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ସଭାପତି ଚିତ୍ତ ରଞ୍ଜନ ନନ୍ଦ ସର୍ବଶେଷରେ କବିତା ପାଠୋତ୍ସଵର ପରିସମାପ୍ତି ଘୋଷଣା କରିଥିଲେ।

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here