ମାନବିକତା ଦେଖାଇଲେ ଵ୍ରହ୍ମପୁର ଟ୍ରାଫିକ ପୋଲିସ ଡ଼ି.ଏସ.ପି ସାର୍ଥକ ରାୟ

0
665

ଵ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଵ୍ରହ୍ମପୁର ପୋଲିସ ତଥା ଟ୍ରାଫିକ ଡ଼ିଏସପିଙ୍କ ମାନବିକତା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲକୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରାଇ ପରିବାର ଲୋକଙ୍କୁ ଜଣାଇଲେ । ଗତକାଲି ରାତି ୯.୩୦ ସମୟରେ ଜଣେ ବ୍ୟକ୍ତି ମୋଟର ସାଇକେଲରେ ଦ୍ରୁତ ଗତିରେ କର୍ପୋରେସନ ରୋଡ ଦେଇ ଯାଉଥିବା ବେଳେ କୌଣସି କାରଣ ବଶତଃ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ହୋଇ ପଡ଼ିଥିଲେ । ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଡାକି ବିଫଳ ହୋଇଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଵ୍ରହ୍ମପୁର ଟ୍ରାଫିକ ଡ଼ିଏସପି ସାର୍ଥକ ରାୟ ନିଜ ପୋଲିସ ଗାଡିକୁ ସେଠାରେ ଅଟକାଇ ଥିଲେ । ଦୁର୍ଘଟଣା ବ୍ୟକ୍ତିଙ୍କ ମୁଣ୍ଡରେ ପ୍ରବଳ ଆଘାତ ଏବଂ ରକ୍ତାକ୍ତ ଅବସ୍ଥା ଦେଖି ଡ଼ିଏସ ପି ସାର୍ଥକ ରାୟ କାଳ ବିଳମ୍ବ ନ କରି ତୁରନ୍ତ ନିଜ ପୋଲିସ ଗାଡ଼ିରେ ବସାଇ ବଡ଼ ମେଡିକାଲ ଆଣି ଥିଲେ । ବ୍ୟକ୍ତିଙ୍କ ମୁଣ୍ଡରେ ୧୦ଟି ଷ୍ଟିଚ ପଡିବା ପରେ ପୋଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ମେଡିକାଲ ଆସି ତାଙ୍କ ଲୋକଙ୍କୁ ଘରକୁ ନେବା ସହ ଟ୍ରାଫିକ ଡ଼ିଏସ ପି ତଥା ଵ୍ରହ୍ମପୁର ପୋଲିସର ମାନବିକତା କୁ ସାଲୁଟ ମାରି ଯାଇଥିଲେ । ଏହି ଘଟଣା ଦେଖି ନିକଟରେ ଥିବା ଲୋକେ ପୋଲିସର କାର୍ଯ୍ୟକୁ ବାହା ବାହା କରିବା ସହ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here