ରାଇଘର ପୋଲିସ ଦ୍ବାରା ୩୩୦ ବସ୍ତା ସାର ଜବତ

0
377

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ଦ୍ବାରା ସାର ଗାଡ଼ି ଜବତ ଘଟଣାରେ ରବିବାର ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ରାଇଘର ଥାନା ଅଧୁକାରୀ ଟଙ୍କ ଗିରି ଭୋଇଙ୍କ ନେତୃତ୍ବରେ ଏକ ଟିମ କୁମୁଲି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟ୍ରକକୁ ଅଟକାଇ ତଦନ୍ତ କରିଥିଲା । ଗାଡ଼ିରେ ଥିବା ସାମଗ୍ରୀର କାଗଜ ପତ୍ର ଦେଖାଇ ନ ଥିବା ଯୋଗୁଁ ରାଇଘର ଥାନା ପରିସରରେ ଆଣି ଗାଡି ଅଟକ ରଖିଥୁଲା । ତଦନ୍ତ ପରେ ଉକ୍ତ ଗାଡ଼ିରେ ଛତିଶଗଡ଼ ସାର ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ଗାଡି ନମ୍ବର ସିଜି ୦୪ ଏଲକେ ୧୧୯୧ ଯୋଗେ ଛତିଶଗଡରୁ ଉମରକୋଟ ଅଞ୍ଚଳକୁ ସାର ଚାଲାଣ ହେଉଥିବା ବେଳେ ରାଇଘର ପୋଲିସ କୃଷି ବିଭାଗ ସହ ଆଲୋଚନା କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ତଦନ୍ତ ପରେ ଗାଡ଼ିରେ ମୋଟ ୩୩୦ ବସ୍ତା ଛତିଶଗଡର ଉତ୍ତମ ନିମ ନାମକ ୟୁରିଆ ସାର ଜବତ କରାଯାଇଥିବା ବେଳେ ଗାଡି ଡ୍ରାଇଭର ଉମରକୋଟ ବଡ଼କୁମାରି ୧ ଗ୍ରାମରପବିତ୍ର ସରକାରଙ୍କ ପୁଅ ପପୁ ସରକାର ( ୨୪ ) କୁ ମାମଲା ରୁଜୁ ପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସାର ଓ ଗାଡ଼ି ମାଲିକ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମର ନିର୍ମଳ ସରକାର ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ତଦନ୍ତ ପକ୍ରିୟା ଜାରି ରଖୁଛି । ସୂଚନା ଥାଉ କି ବେନିୟମ ଭାବେ କିଛି ଅସାଧୁ ବ୍ୟବସାୟୀ ପ୍ରତିବର୍ଷ ଏହି ଚାଷ କାର୍ଯ୍ୟ ସମୟରେ ଛତିଶଗଡରୁ ସାର ଆଣି ଅଧୁକ ଟଙ୍କା ଦରରେ ବ୍ୟବସାୟୀଙ୍କୁ ଶୋଷଣ କରୁଛନ୍ତି । ବିଭାଗ ପକ୍ଷରୁ ଏଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଚାଷୀ ମହଲରେ ଦାବି ହୋଇଛି ।

ରିପୋର୍ଟ୍ –ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here