ଛଅ ବର୍ଷ ହେଲା ଶୌଚାଳୟ ନିର୍ମାଣ କାର୍ଯ୍ୟ ସରୁନି

0
447

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ମଧ୍ୟରେ ଛଅ ବର୍ଷ ହେବ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ କେଉଁ କାରଣରୁ ଏହି ଶୌଚାଳୟ ନିର୍ମାଣ ହୋଇ ପଡ଼ି ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ଏ ଦିଗରେ ଗୁରୁତ୍ବ ଦେଉନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଇଘର ସଦର ମହକୁମାରେ ଦିନକୁ ଦିନ ଯାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ କାର୍ଯ୍ୟରେ ବ୍ଲକ ହେଡ଼ଟରକୁ ଆସୁଥିବା ଜନ ସାଧାରଣ ବିଶେଷ କରି ମହିଳା ମାନେ ଅଧୁକ ଏଠାରେ ଶୌଚାଳୟ ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସମସ୍ୟାକୁ ଗୁରୁତ୍ବ ଦେଇ ପଞ୍ଚାୟତ ତରଫରୁ ୨୦୧୪ – ୧୫ ଆର୍ଥିକ ବର୍ଷରେ ରାଇଘର ମୁଖ୍ୟ ରାସ୍ତାରି ବସଷ୍ଟାଣ୍ଡ ନିକଟସ୍ଥ ହାଟପଦା ନିକଟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲା । ଛଅ ବର୍ଷ ହେବ ବର୍ତ୍ତମାନ ତାହା କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ଦୂର ଦୁରନ୍ତାରୁ ଆସୁଥିବା ଯାତ୍ରୀ ମାନେ ଦିନକୁ ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଇଘର ସାପ୍ତାହିକ ହାଟ ଦିନ ମହିଳା ମାନଙ୍କ ସମସ୍ୟା ନ କହିବା ଭଲ । ପ୍ରଶାସନ ଏହି ଘଟଣାରେ ଚୁପ ରହିବା ଚିନ୍ତାର ବିଷୟ ପାଲଟିଛି । ତତ୍କାଳିନ ସରପଞ୍ଚ ରଘୁ ଗଣ୍ଡଙ୍କ ସମୟରେ ଏହି ଶୌଚାଳୟ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଏହା ଉଦଘାଟନ ଅପେକ୍ଷାରେ ରହିଛି । ଶୌଚାଳୟ ନିର୍ମାଣ କରିଥିବା ଠିକାଦାରଙ୍କୁ ମଧ୍ୟ ଅନେକ ବର୍ଷ ପରେ ବିଲ କରିଥିବା ବେଳେ ଅନେକ ଥର ରଙ୍ଗ ଦେଇ ବର୍ତ୍ତମାନ ତାହା କାର୍ଯ୍ୟକାରୀ ଅପେକ୍ଷାରେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here