ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଡ଼୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ

0
947

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ଗ୍ରାମପଞ୍ଚାୟତ ର ବୈପାରଡିହି ପାଖରେ ଦେଖିବାକୁ ମିଳିଛି ଏହି ଘଟଣା। ସୁଚନାନୁଯାଇ ଟ୍ରାକ୍ଟର ଦାସପୁର ଗ୍ରାମର ପ୍ରଦିପ ବିସ୍ବାସଙ୍କର ବୋଲି ଜଣାପଡ଼େ। ମ୍ରୁତକ ଡ୍ରାଇଭର ହେଉଛନ୍ତି ବରଗାଁ ଗ୍ରାମର ଗୋବିନ୍ଦ ଗଣ୍ଡ । ସେ ତିନି ଦିନ ହେବ ଉଦୟପୁର ଓ ମହଣ୍ଡ ଗ୍ରାମରେ କୌଣସି ଏକ କାମ କରିବାକୁ ଯାଇଥିଲା। ଆଜି ସକାଳ ପ୍ରାୟ ୮ଘଣ୍ଟିକା ସମୟରେ ଘରେ ଫେରୁଥିଲା ବେଳକୁ ବୈପାରଡିହି ଓ ଦାସପୁର ଗାଁ ମଝି ରାସ୍ତା ଉପରେ ନିଜର ଭାରସାମ୍ୟ ହରେଇ ଟ୍ରାକ୍ଟର ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ଏବଂ ଡ୍ରାଇଭର ଗୋବିନ୍ଦ ଗଣ୍ଡ ଟ୍ରାକ୍ଟର ତଳେ ଚାପି ହୋଇ ମ୍ରୃତ ହୋଇଛନ୍ତି କିଛି ସମୟ ପରେ ରାଇଘର ଥାନ ASI ବଟକୃଷ୍ଣ ଗୈଡ଼ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚାଲିଥିବା ବେଳେ କେସ୍ ନଂ 112/21 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here