ଚିକିତ୍ସା ପାଇଁ ସହାୟତା ନିବେଦନ କଲେ ଗୋପାଳ

0
341

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ଗୋପାଳ ମୁଦୁଲି(୫୧) କର୍କଟ ରୋଗରେ ପୀଡିତ ଅଛନ୍ତି । ପତ୍ନୀ ଶୈଳ ଓ ଦୁଇ ପୁଅ ଶଙ୍କର୍ଷଣ-ବିଦ୍ୟାଧରକୁ ନେଇ ତାଙ୍କର ସଂସାର । ଚାଷ କରିବା ସହ ଦିନ ମଜୁରିଆ ଭାବେ କାମ କରି ହସଖୁସିରେ ସଂସାର ଚଳାଉଥିଲେ ଗୋପାଳ । ହେଲେ ଯେତେବେଳେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଲେ ସେତେବେଳେ ବଜ୍ର ପଡିଗଲା ତାଙ୍କ ଖୁସିର ସଂସାରରେ । ପ୍ରଥମେ ବ୍ରହ୍ମପୁର ଆଉ ତାହା ପରେ କଟକ, ସବୁଆଡେ ଦେଖାଇ ଦେଖାଇ ଧାର କରଜ କରି ୪ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏକ ବର୍ଷରୁ ଅଧିକ ଦିନ ହେଲା ଗୋପାଳଙ୍କ ଶରୀରରେ କ୍ୟାନସର ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କର ରାସନ କାର୍ଡରେ ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ଆଉ ଅଧିକ ଚିକିତ୍ସା ଲାଗି ତାଙ୍କ ପାଖରେ ପଇସା ନାହିଁ । ସେପଟେ ପତ୍ନୀ କୋହଭରା କଣ୍ଠରେ କାନ୍ଦ କାନ୍ଦ ହୋଇ ଚିକିତ୍ସା ପାଇଁ ସହାୟତା ନିବେଦନ କରିଛନ୍ତି । ଏପରିକି ପ୍ରଶାସନ ହେଉ କି କୌଣସି ସ୍ବେଛାସେବୀ ସଂଗଠନ ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସେ ଓ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here