ଲାଲସଲାମ କମ୍ରେଡ଼ ଶର୍ମିଷ୍ଠା

0
293

ବ୍ରହ୍ମପୁର: ସି.ପି.ଆଇ (ଏମ-ଏଲ) ରେଡ଼ ଷ୍ଟାରର‌ ପଲିଟ୍ ବ୍ୟୁରୋ ସଦସ୍ୟ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ଟି.ୟୁ.ସି.ଆଇ ର ଅନ୍ୟତମ ଶୀର୍ଷ ନେତା କମ୍ରେଡ଼ ଶର୍ମିଷ୍ଠା କ୍ରୋନ୍ସ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ କଲିକତାର ଏକ ହାସପାତାଳରେ ଆଜି ଅପରାହ୍ନ ୩ଟାରେ ପ୍ରାଣ ତ୍ୟାଗ କରିଛନ୍ତି। ତାଙ୍କର ଏହି ଅସମୟ ମୃତ୍ୟୂ ବିପ୍ଳବୀ କମ୍ୟୁନିଷ୍ଟ ଆନ୍ଦୋଳନ ତଥା ଶ୍ରମିକ ଆନ୍ଦୋଳନ ଏବଂ ଲଢ଼ୁଆ ମହିଳା ମୁକ୍ତି ଆନ୍ଦୋଳନ ପ୍ରତି ଏକ ଗଭୀର ଧକ୍କା।
କମ୍ରେଡ଼ ଶର୍ମିଷ୍ଠା ଜଣେ ଅଗ୍ନିବର୍ଷୀ କମ୍ୟୁନିଷ୍ଟ ବିପ୍ଳବୀ ଥିଲେ। ଭାଙ୍ଗର ଆନ୍ଦୋଳନର ଅନ୍ୟତମ ପୂରୋଧା ଥିଲେ। ଭାଙ୍ଗର ଆନ୍ଦୋଳନ ପାଇଁ ପଶ୍ଚିମ ବଙ୍ଗର ପ୍ରତିକ୍ରିୟାଶୀଳ ମମତା ସରକାର ତାଙ୍କୁ ୪ମାସ ଜେଲରେ ରଖିଥିଲା। ଭାଙ୍ଗରରେ‌ ଗଣ ବିପ୍ଳବୀ ସରକାରର ପ୍ରୟୋଗ ସ୍ବରୂପ ପଞ୍ଚାୟତ ନିର୍ବାଚନରେ ମମତା ସରକାରର ଗୁଣ୍ଡାମୀ ବିରୁଦ୍ଧରେ ଲଢ଼େଇ କରି ବିପ୍ଳବୀ ଆନ୍ଦୋଳନର ସାଥିଙ୍କୁ ପ୍ରତିନିଧି କରିବା ପାଇଁ ପାର୍ଟିର ସଂଘର୍ଷରେ ପୂରୋଭାଗରେ ଥାଇ ନିଜେ ମମତା ସରକାର ଓ ଟିଏମସିର ଗୁଣ୍ଡା ତଥା ରାଷ୍ଟ୍ରଦୋହୀ ବିଜେପିର ଗୁଣ୍ଡାଙ୍କ ଆକ୍ରମଣର ଶୀକାର ହେଲେ ମଧ୍ୟ ନୋମିନେସନ କରାଇବାରେ ସଫଳ ହୋଇଥିଲେ ଏବଂ ସେ ସାଥି ନିର୍ବାଚନ ଜିତିଥିଲେ। କମ୍ରେଡ଼ ଶର୍ମିଷ୍ଠା ବିପ୍ଳବର ଏକାନ୍ତ ଅନୁଗତ ସାରଥି ଥିଲେ। ତାଙ୍କ ମୃତ୍ୟୁ ଜନିତ ଅପୂରଣୀୟ କ୍ଷତିକୁ ଭରଣା କରାଯାଇପାରିବ ନାହିଁ। କିନ୍ତୁ ସେ ଦେଖେଇଥିବା ରାସ୍ତା ହଁ ବିପ୍ଳବୀମାନଙ୍କର ପଥ ହବ। ତାଙ୍କ ମୃତ୍ୟୁରେ ପାର୍ଟିର ଓଡ଼ିଶା ରାଜ୍ୟ କମିଟି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ବୈପ୍ଳବିକ ଉଦ୍ୟମକୁ ଆଗେଇନେବ ବୋଲି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସାଥି ଶଙ୍କର ସାହୁ ପ୍ରେସ ବିବୃତି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here