ବିଧାୟକଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ୩୪ ୱାର୍ଡରେ ରାସନ୍ ସାମଗ୍ରୀ ବଣ୍ଟନ କଲେ ମହାନଗର ୟୁଥ୍ ବିଜେଡ଼ି ସାଧାରଣ ସମ୍ପାଦକ ତାପସ

0
230

ବ୍ରହ୍ମପୁର:ବର୍ତ୍ତମାନ କୋଭିଡ ମହାମାରୀ ଏମିତି ସ୍ଥିତିକୁ ଆଣିଦେଇଛି ଯେ ଗୋଟିଏ ଗରିବ ପରିବାରର ଚଳିବା କଷ୍ଟକର ହୋଇପଡିଛି । କୋଭିଡ଼୍ ସମୟରେ ମାସ ମାସ ଧରି ଲକ୍ ଡ଼ାଉନ୍ ଜାରୀ ରହିବା ଫଳରେ ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ କିଛି ସହାୟତା କରିବା ପାଇଁ ହାତ ବଢ଼େଇ ମହାନଗର ବିଜେଡ଼ି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତ୍ୱତାବଧନରେ ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ରାମନଗର ସ୍ଥିତ ୩୪ ୱାର୍ଡରେ ୭୦ ରୁ ଉର୍ଦ୍ଧ୍ବ ଅସହାୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଚାଉଳ, ତେଲ, କାନ୍ଦୁଲ ଯାଇ, ବାତୁଲା ଚଣା,ମାଂସ ବଡ଼ି,ଲୁଣ, ଆଳୁ, ଅଟା ଆଦି ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଏବଂ ଆସନ୍ତା ୧୫ ତାରିଖରେ ପୁଣି ୭୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ରାସନ ସାମଗ୍ରୀ ଦିଆଯିବ ବୋଲି କହିଛନ୍ତି ମହାନଗର ୟୁଥ୍ ବିଜେଡ଼ି ସାଧାରଣ ସମ୍ପାଦକ ତାପସ କୁମାର ସାହୁ । ଏହି ମହାମାରୀ ଏତେ ଭୟଙ୍କର ଯାହାର ପ୍ରୋକପରେ ବନ୍ଧୁ ପରିଜନ ନୁହେଁ ନିଜ ରକ୍ତ ସଂପର୍କୀୟ ମଧ୍ୟ ନିଜଠୁ ଦୁରେଇ ଯାଉଛନ୍ତି। ଏପରି ଦୁଃଖଦ ଖବର ପାଇ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ନିଜେ ଶବ ଦାହ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରିବା ସହ ନିଜେ ଶ୍ମଶାନକୁ ଯାଇ ଶବ ଦାହ କରୁଛନ୍ତି ।ବିଧାୟକଙ୍କ ଏପରି ଜନହିତକର କାର୍ଯ୍ୟ ପାଈଁ ସହରବାସୀ ପ୍ରଶଂସା କରବା ସହ ବ୍ରହ୍ମପୁର ଜନସଧାରଣ ଜଣେ ପରୋଉପକାରୀ ବିଧାୟକଙ୍କୁ ପାଇଛନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ମହାନଗର ୟୁଥ୍ ବିଜେଡି ସାଧାରଣ ସମ୍ପାଦକ ତାପସ କୁମାର ସାହୁ ଅନୁପ୍ରାଣିତ ହୋଇ ରୋଜଗାର ହରାଇ ଦୁଃଖ କଷ୍ଟରେ ଜୀବନ ଯାପନ ଗରିବ ଅସହାୟଙ୍କୁ କିଛି ସାହାର୍ଯ୍ୟ ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରିଛି ମହାନଗର ବିଜେଡ଼ି ଏବଂ ଆଗକୁ ମଧ୍ୟ ଏହି କାଯ୍ୟକର୍ମ ଜାରି ରହିବ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ଶ୍ରୀ ସାହୁ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବାପି ଦେବଦର୍ଶୀ ,ଗଞ୍ଜାମ ବାର ଆସୋସିଏସନ ପୂର୍ବତନ ସଭାପତି ମୋହନ ସିଙ୍ଗାରି,ସନ୍ତୋଷ ସୋନାର,ଆଦି ନାୟକ, ସୁରେନ୍ଦ୍ର ନାୟକ ମେରୀ ସିଲା ଜସେଫ୍ ବଣ୍ଟି,ଚିଣ୍ଟୁ, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here