କୋମାରେ ଥିବା ନରେନ୍ଦ୍ରଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ବିଧାୟକ

0
285

ପୋଲସରା: ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଜୁନ ୧୩ ତାରିଖ ଦିନ ମାନବିକତାର ପରିଚୟ ଦେଇ ଅସମୟର ବନ୍ଧୁ ସାଜି, ଏକ ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ କୋମାରେ ଥାଇ ଭୁବନେଶ୍ବରର ସନ ସାଇନ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ପୋଲସରା ବ୍ଲକର ବଡ ପଙ୍କଳବାଡ଼ି ଗ୍ରାମର ନରେନ୍ଦ୍ର ପଲେଇ ଙ୍କ ଉତ୍ତମ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜୁନ ୬ ତାରିଖ ଦିନ ୨୭ ବର୍ଷୀୟ ଯୁବକ ନରେନ୍ଦ୍ର ନିଜର ବାଇକ ଓଡ଼ି ୦୭ କେ ୩୨୬୬ ରେ ନିଜ ଗ୍ରାମକୁ ଏକାକୀ ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ବାଘୁଆ କେନାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର ଓ ପରେ ଅତି ଗୁରୁତର ହୋଇ ଭୂବନେଶ୍ୱର ସନ ସାଇନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ନରେନ୍ଦ୍ରଙ୍କ ମସ୍ତିଷ୍କରେ ଆଘାତ ଲାଗି କୋମା ଅବସ୍ଥାରେ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡୁଥିବାରୁ ପୋଲସରା ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିଥିଲେ ନରେନ୍ଦ୍ରଙ୍କ ପରିବାର ଲୋକେ। ଖବର ପାଇ ପୋଲସରା ବିଧାୟକ ଶ୍ରୀ ସାହୁ ଭୂବନେଶ୍ୱର ଉକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚି ନରେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝାବା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନରେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ନରେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here