ସହରାଞ୍ଚଳ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

0
281

ଛତ୍ରପୁର :ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୌଭାଯାତ୍ରା, ଭୋଟ ପ୍ରାର୍ଥନା ଓ ପ୍ରଚାର କରାଯାଇ ପାରିବ । ଏଥି ସକାଶେ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଚଳିତ ୨୪ ତାରିଖ ହେବାକୁଥିବା ପୌର ସଂସ୍ଥା ନିର୍ବାଚନ ଗଞ୍ଜାମ ଜିଲ୍ଲାରେ ସମସ୍ତ ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ଓ ବ୍ରହ୍ମପୁର ମାହାନଗର ନିଗମରେ ନିର୍ବାଚନ କରାଯିବ, ଯେମିତି ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯାଇଛି l ଜିଲ୍ଲାର ୧୭ ଗୋଟି ପୌର ପରିଷଦ ଅଧକ୍ଷ , ୨୪୦ ଗୋଟି ୱାର୍ଡ ତଥା କାଉନସିଲର , ବ୍ରହ୍ମପୁର ମହାନଗର ନିଗମ ପାଇଁ ଗୋଟିଏ ମେୟର ଓ ୪୨ ଗୋଟି କର୍ପୋରେଟର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କ୍ଷେତ୍ରରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରିପାରିବେ ଓ କୌଣସି ବିଶୃଙ୍ଖଳା ହେଲେ ସ୍ଥାନୀୟ ପୋଲିସ ଷ୍ଟେସନ କିମ୍ୱା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ କୁହାଯାଇଛି l ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଆଚରଣ ଵିଧିର ନିୟମ ଅନୁପାଳନ କରି କାର୍ଯ୍ୟ କରାଯିବ ଓ ପ୍ରତିଦିନ ଏନ୍ଫୋର୍ସମେଣ୍ଟ କାର୍ଯ୍ୟ ସମ୍ପାଦନ ହେବ l ସମସ୍ତ ବୁଥରେ ପିଇବା ପାଣିର ବ୍ୟବସ୍ଥା କରାଯିବ ଓ ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ ଉଇଲ ଚେୟାର ବ୍ୟବସ୍ଥା କରାଯିବ l ଯେମିତି କୌଣସି ଭୋଟର ଅସୁବିଧା ହେବେ ନାହିଁ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯିବ l ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ଜିଲ୍ଲାର ସମସ୍ତ କର୍ମଚାରୀ ଗୋଟିଏ ଟିମ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରଯ୍ୟବେକ୍ଷକ ବିଶ୍ଵନାଥ ସାହୁ ଓ ନୃସିଂହ ଚରଣ ସ୍ବାଇଁ ଜଣାଇଥିଲେ ୨୪ ତାରିଖ ପୌର ନିର୍ବାଚନ ଗଞ୍ଜାମ ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ଏବଂ ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଆଦର୍ଶ ଆଚରଣ ଵିଧି ନିୟମ ମାନି ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ l ସେହିପରି ବ୍ରହ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଷ୍ଣୁ ପ୍ରସାଦ ପତି କହିଥିଲେ ଯେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନିର୍ବାଚନ ଯେପରି ସୁଚାରୁ ରୂପେ ଚାଲିବ ସେଥି ସକାସେ ସମସ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ଅନୁଯାୟୀ ସମସ୍ତ ନିୟମ କାନୁନ ମାନି ସୁଚାରୁ ରୂପେ ନିର୍ବାଚନ କରାଯିବ l କୌଣସି ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ଓ ସେଥିରେ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି l ଜିଲ୍ଲାର ସମସ୍ତ ମୁନିସିପାଲିଟି,ଏନଏସି ଓ ବ୍ରହ୍ମପୁର ମାହାନଗର ନିଗମର ନିର୍ବାଚନଟିକୁ ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଦିଗରେ ପୋଲିସ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଛତ୍ରପୁର କହିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ , ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here