ବଜ୍ରପାତ ଘଟି ଦୁଇ ଗାଇ ମୃତ୍ୟୁ

0
337

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲ ପୁର ପଂଚାୟତ ଅନ୍ତର୍ଗତ କାକୁଡିଆମ୍ବ ଗ୍ରାମର ଭୁଜ ନାୟକ (60)ଙ୍କ ଦୁଇ ଗାଇ ବଜ୍ରପାତ ହେବା ଫଳରେ ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ଆଜି ଘଡ ଘଡି ସାଙ୍ଗକୁ ବର୍ଷା ହେବା ଫଳରେ ଭୁଜ ନାୟକ ଙ୍କ ଦୁଇ ଗାଇ ଉପରେ ବଜ୍ରପାତ ହୋଇଥିଲା l ତାଙ୍କର 12 ଟି ଗାଇ ପଡିଆରେ ଚରୁ ଥିବା ବେଳେ ଦୁଇଟି ପାଳ ଗଦାନିକଟରେ ଚରୁଥିବା ବେଳେ ଦୁଇ ଗାଇ ଉପରେ ବଜ୍ରପାତ ଘଟିଥିଲା ଯାହା ଫଳରେ ଦୁଇଟି ଗାଇ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ l ଭୁଜ ନାୟକ ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ କରୋନା ପରି ମହାମାରୀ ସମୟରେ ଦୁଇ ଗାଇଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଏପଟେ ରୋଜଗାର ନପାଇ ଘରେ ବସି ରହିଥିବା ବେଳେ ଦୁଇ ଗାଇ ମରିଯିବା ନେଇ ପରିବାର ଦୁଃଖରେ ଅଛନ୍ତି l ତୁରନ୍ତ ତାଙ୍କୁ କ୍ଷତି ପୂରଣ ମିଳୁ ବୋଲି ପ୍ରଶାସନ ନିକଟରେ ତାଙ୍କ ପରିବାର ଗୁହାରୀ କରିଛନ୍ତି l

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here