ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ର ଧାରଣା

0
242

ଉମରକୋଟ:ଆଜି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହର ମଧ୍ୟରେ ପେଟ୍ରୋଲ ଦର ଶତକ ପାର କରିଛି ଅହେତୁକ ଭାବେ ପେଟ୍ରୋଲ ଦର ବଢିବା ସହ ସମସ୍ତକୁ଼ ପ୍ରଭାବିତ କରିଛି ବିଶେଷ କରି ଆଗକୁ ଚାଷ ଆରମ୍ଭ ହେବାକୁ ଯାଉଥିବାରୁ ସର୍ବାଧିକ ଚାଷୀ ପ୍ରଭାବିତ ହେବେ ବୋଲି କୁହାଯାଉଛି ସେହିପରି ଡିଜେଲ ଦର ମଧ୍ୟ ବଢିବାରେ ଲାଗିଛି ସୂଚନା ମୂତାବକ ଅନ୍ୟ ଜିଲ୍ଲାରେ ଶହେଟକାଂ ପାର ହୋଇଥିବା ବେଳେ ଡିଜେଲଦର ମଧ୍ୟ ଶହେ ପାଖାପାଖି ପହଞ୍ଚି ସାରିଛି ସେହିପରି ମେ ମାସରେ ୧୬ ଥର ମଧ୍ୟରେ ପେଟ୍ରୋଲ ମୋଟ ୩.୮୩ ଡଜେଲଦର ୩.୮୮ ଟକାଂ ମହଗାଂ ହୋଇଛି ଏଥି ସହ ପୋଡଶୀ ଦେଶଗୁଡିକ ତୁଳନାରେ ଭାରତରେ ପେଟ୍ରୋଲଦର ବେଶ ମହଗାଂ ହୋଇଯାଇଛି ଏପରିକି ପାକିସ୍ତାନରେ ଭାରତ ଅପେକ୍ଷା ଅଧା ଦରରେ ପେଟ୍ରୋଲ ମିଳୁଛି ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲଦର ଲିଟର ପିଛା ୫୧.୩୯ ଟକାଂ ରେ ବିକ୍ରି ହେଉଛି ସେଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଳକ ର ପେଟ୍ରୋଲ ଟାକିଂ ନିକଟରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରାଯାଇଥିଲା ଉମରକୋଟ କଂଗ୍ରେସ ଦଳ ତରଫରୁ ମଧ୍ୟ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ବାଇକ ରେଲି ବାହାରି ପ୍ରତ୍ୟେକ ପେଟ୍ରୋଲ ପମ୍ପ ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ କୋଭିଡ କୋଟକୋଣା କୁ ଦୃଷ୍ଟିରେ ରଖି ବିକ୍ଷୋଭ କରାଯାଇଥିଲା ଜିଲ୍ଲା ଉପ ସଭାପତି ତପନ ଦେବନାଥ ନଗର ସଭାପତି ମାର୍କଣ୍ଡ ସାହୁ ବାବୁଲା ପଟ୍ଟନାୟକ, କୁନୁ ସାନ୍ତ୍ରା ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି କୁନାସାହୁ ଜିଲ୍ଲା ସାଧାରଣ ସମ୍ପାଦକ ମୁନାପାଢୀ ଉମରକୋଟ ଯୁବ ସଭାପତି ନୀଳମାଧବ ନାୟକ ଏସ ବିଜୟ ଆଦିତ୍ୟ ଦାସ ପର୍ଶୁ ନାୟକ ଅମୁଲ୍ୟ ପଟ୍ଟନାୟ ପ୍ରମୁଖ ଉପସ୍ଥିତ ଥିଲେ

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here