ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ, ମହିଳା ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା

0
238

କଳାହାଣ୍ଡି: କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିରୋଧ ବିକ୍ଷୋଭ ଜାରି ରହିଥିବା ବେଳେ ଜୁନାଗଡ ସହରରେ ଶନିବାର ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି । ଜୁନାଗଡ ଗସ୍ତ ସମୟରେ ସହସ୍ରାଧିକ ମହିଳା ସ୍ଥାନୀୟ ନିର୍ମାଣଧିନ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଫୁଲମାଳା ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଉଦ୍ୟାନର ଶିଳାନ୍ୟାସ କରିବା ଅବସରରେ ମାତୃଜାତି ପ୍ରତି ମୋର ସ୍ୱତନ୍ତ୍ର ସମ୍ମାନ ରହିଛି ଓ ରହିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେଠାରୁ ମନ୍ତ୍ରୀ ସମର୍ଥକ ମାନଙ୍କ ସହିତ ସ୍ଥାନୀୟ ବ୍ଲକ ଛକ ପର୍ଯ୍ୟନ୍ତ ଆସିଥିବା ଦେଖାଯାଇଥିଲା ।

ସେହିପରି ରବିବାର ମନ୍ତ୍ରୀ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମୋପରିବାର-ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ମାନଙ୍କ ଗହଣରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୋର ମାଁ ମାନେ ମୋତେ ଶକ୍ତି ଦେବେ, ମୋର ଅଂଚଳରେ ନିଷ୍ଠାର ସହିତଏହି ଅଂଚଳର ବିକାଶ ପାଇଁ କାମ କରୁଥିବା ହେତୁ ବିରୋଧିମାନେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ପ୍ରକାଶ କରିଥିଲେ । ବୟୋଜ୍ୟେଷ୍ଠ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ଫଟୋଚିତ୍ର ଅର୍ପଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଏପରିକି ଆଗାମୀ ୮ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପାଇଁ ଭବାନୀପାଟଣାସ୍ଥିତ କୃଷିବିଦ୍ୟାଲୟ ପରିସରରେ ଥିବା ପଡିଆ ରେ ଜିଲ୍ଲାପାଳ ଓ ଏସପି ଙ୍କ ସହ ତଦାରଖ କରିଥିବା ଦେଖାଯାଇଥିଲା । ବିରୋଧି ଏହାକୁ ମଧ୍ୟ ସମାଲୋଚନା କରୁଥିବା ଜଣାପଡିଛି ।
ଜିଲ୍ଲାସାରା ମମିତା ହତ୍ୟାକାଣ୍ଡ ପାଇଁ ମନ୍ତ୍ରୀଙ୍କ ବିରୁଦ୍ଧରେ ବିରୋଧାଭାଷ ଜାରିରହିଥିବା ବେଳେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସଂପର୍କରେ ଚର୍ଚ୍ଚା ହେଉଛି ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here