ଶିକ୍ଷକ ଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ

0
448

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତବ୍ଲକ ଶିକ୍ଷା କାର୍ଯ୍ୟ|ଳୟ ଠାରେ ବ୍ଲକ ରେ କାର୍ଯ୍ୟରତ ୨୦୧୧ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ନିୟମିତ ଶିକ୍ଷକ ଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଛି | ପ୍ରଥମ ଓ ଦିତୀୟ ଦିନରେ ମୋଟ ୪୪ ଜଣ ଶିକ୍ଷକ ଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଛି | ଏହି ପ୍ରକ୍ରିୟା ୨୮ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ହୋତା ସୂଚନା ଦେଇଛନ୍ତି |ସମସ୍ତ ଶିକ୍ଷକ ଙ୍କ ପ୍ରମାଣପତ୍ର ସମ୍ପୃକ୍ତ ବୋର୍ଡ ଓ କାଉନସିଲ କୁ ପଠାଯିବ | ସେଠାରୁ ଉତ୍ତର ଆସିବା ପରେ ହିଁ ପ୍ରକୃତ ତଥ୍ୟ ଆସିବ ବୋଲି ବିଇଓ କହିଛନ୍ତି |ଏହି କାର୍ଯ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ, ସେକ୍ସନ ଅଫିସର କୈଳାସ ଚନ୍ଦ୍ର ସିଂ ଲାଲ,ହେମନ୍ତ କୁମାର ସାହୁ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ |
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here