ଓଲଟିଲା ସାର ବୋଝେଇ ଟ୍ରକ୍, ୬ ଗୁରୁତର

0
235

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସାର ବୋଝେଇ ଟ୍ରକ୍ ଓଲଟି ପଡିବାରୁ ୬ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ, ଏକ ସାର ବୋଝେଇ ଟ୍ରକ୍ ମୋହନା ଜିରାଙ୍ଗ ନଦୀସାହି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଯାଉଥିବା ବେଳେ ଏହାର ଡ୍ରାଇଭର ଷ୍ଟିଅରିଂ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here