ବେଆଇନ ମଦ ବିକ୍ରି ଅଭିଯୋଗରେ, ଜଣେ ଗିରଫ

0
306

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):ସଦରଥାନା ପୋଲିସ ପକ୍ଷରୁ ଲାଠି ଗ୍ରାମର ସୁଣ୍ଡି ସାହିର ଜଣେ ବ୍ୟକ୍ତିଙ୍କୁ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଲାଠି ଗ୍ରାମର ସୁଣ୍ଡି ସାହିରେ ରହୁଥିବା ସ୍ବର୍ଗତ ଗୋବିନ୍ଦ ସାହୁଙ୍କ ପୁଅ ପୁରୁଷୋତ୍ତମ ସାହୁ(୫୬) କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରି ବେଆଇନ ଭାବେ ନିଜ ଘରେ ରଖି ବିକ୍ରି କରୁଥିବା ବେଳେ ସଦର ଥାନା ପୋଲିସ ଚଢ଼ାଉ କରି କିଙ୍ଗ ଫିସର୍ ବିଅର,ଈମ୍ପେରିଅଲ ବ୍ଲୁ ଭିସ୍କି, ମେକ୍ ଡଲେର ଭିସ୍କି ସମେତ ଅନ୍ୟ ପ୍ରାୟ ୧୫ଲିଟର ବିଦେଶୀ ମଦ ଜବତ ଜବତ କରିବା ସହ ଅଭିଯୁକ୍ତ ପୁରୁଷୋତ୍ତମ ସାହୁକୁ ଗିରଫ କରିଯାଇଛି।ତେବେ ଅଭିଯୁକ୍ତ ପୁରୁଷୋତ୍ତମ ବିରୋଧରେ ସଦର ଥାନାରେ କେସ ନଂ ୧୮୬/୨୧ ଅନୁସାରେ ଏକ ମାମଲା ରୁଜୁ କରି ୟୁ/ଏସ୍-୫୨(ଏ) ଓଡ଼ିଶା ଏକ୍ସସାଇଜ ଆକ୍ଟ ଅନୁସାରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ-ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here