ସାବିତ୍ରୀରେ ଜ୍ଵାଇଁକୁ ଆକ୍ରମଣ କରି ଶଶୁର ଗିରଫ

0
276

ବେଲଗୁଣ୍ଠା ସାବିତ୍ରୀ ବ୍ରତରେ ନିଜ ଝିଅର ସିନ୍ଦୁରକୁ ଆକ୍ରମଣ କରିଛି ବାପା I ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଗୋଠଳି ଗ୍ରାମରେ I ସୂଚନା ପ୍ରକାରେ ଏହି ଗ୍ରାମର ସୁଶାନ୍ତ ଜେନା ନିଜ ଝିଅ ସଙ୍ଗୀତାକୁ ଚାରି ବର୍ଷ ତଳେ ସେହି ଗ୍ରାମର ପ୍ରଦୀପ ପ୍ରଧାନଙ୍କ ସହ ବିବାହ କରାଇଥିଲେ I କିନ୍ତୁ ପ୍ରଦୀପ ଏବଂ ସଙ୍ଗୀତାଙ୍କ ମଧ୍ୟରେ ମନୋମାଳିନ୍ଯ ଯୋଗୁଁ ସଙ୍ଗୀତା କିଛି ଦିନ ହେବ ନିଜ ବାପା ସୁଶାନ୍ତଙ୍କ ଘରେ ରହି ଆସୁଥିଲେ I ଆଜି ସାବିତ୍ରୀ ବ୍ରତ ଥିବା ବେଳେ ପ୍ରଦୀପ ସୁଶାନ୍ତଙ୍କ ଘରକୁ ଯାଇ ନିଜ ସ୍ତ୍ରୀ ସଙ୍ଗୀତାଙ୍କୁ ଘରକୁ ଫେରିଯିବା ପାଇଁ ଡାକିଥିଲେ I କିନ୍ତୁ କିଛି ସମୟ ମଧ୍ୟରେ ପ୍ରଦୀପ ଏବଂ ଶଶୁର ସୁଶାନ୍ତ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ଏକ ଠେଙ୍ଗା ସାହାଯ୍ୟରେ ଜ୍ଵାଇଁ ପ୍ରଦୀପକୁ ଆକ୍ରମଣ କରିଥିଲା I ଫଳରେ ପ୍ରଦୀପର ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ଆହତ ହୋଇଥିଲା I ଘଟଣା ନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 127/21 ରେ ଏକ ମାମଲା ରୁଜୁ ହେବା ସହିତ ଶଶୁର ସୁଶାନ୍ତକୁ ଗିରଫ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I.
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here