ଅଚିହ୍ନା ଦୁର୍ବୁତ୍ତଙ୍କ ଆକ୍ରମଣରେ,ଜଣେ ମହିଳା ଆହତ

0
423

କୁକୁଡ଼ାଖଣ୍ଡି:ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଜଣେ ମହିଳା ଘରେ ଏକା ଥିବା ସୁଯୋଗ ନେଇ ଜଣେ ଅଚିହ୍ନା ଦୁର୍ବୁତ୍ତ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି ।ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଲେ ଜଗଦଳପୁର ଗ୍ରାମର କେ. ଜଗନ୍ନାଥ ପାତ୍ରଙ୍କ ସ୍ତ୍ରୀ କେ.ଭାରତି ପାତ୍ର(୪୭) ।ଘଟଣା ପରେ ମହିଳା ଜଣକ ସଦରଥାନାରେ ଏତଲା ଦେଇଥିବା ବେଳେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଘଣ୍ଟା ସମୟରେ ମହିଳା ଜଣକ ଘରେ ଏକା ଥିବା ବେଳେ କେହି ଜଣେ ଦୁର୍ବୁତ ଘରେ ଭିତରେ ପଶି କବାଟ ବନ୍ଦ କରିବା ସହ ମହିଳା ଜଣଙ୍କୁ ହଠାତ୍ ଏକ ଲୁହା ରଡ଼୍ ବାହାର କରି ମୁଣ୍ଡକୁ ଆକ୍ରମଣ କରିଥିଲା ।ଆକ୍ରମଣ ପରେ ମହିଳା ଜଣକ ଚିତ୍କାର କରି ଘର ବାହାରକୁ ଚାଲିଆସିଥିଲେ ।ତେବେ ମହିଳାଙ୍କ ଚିତ୍କାର ଶୁଣି ଆଖପାଖ ଅଞ୍ଚଳର କିଛି ଲୋକ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ଏହାର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା ।ତେବେ ମହିଳା ଜଣକ ଏକୁଟିଆ ଘରେ ରହୁଥିବା ଜାଣି ଯୁବକ ଜଣକ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲା ନା ପୂର୍ବ ଶତ୍ରୁତା କିଛି ରହିଥିଲା ତାହା ନେଇ ପୋଲିସ ସନ୍ଧେହ କରୁଛି ।ଦୁର୍ବୁତ୍ତ ଜଣକ ପିନ୍ଧି ଆସିଥିବା ବୁଟ୍, ଚଷମା ଛାଡି ପଳେଇଥିବା ବେଳେ ପୋଲିସ ତାହା ଜବତ କରିଥିବା ବେଳେ ଜଣେ ପଡୋଶୀଙ୍କ ବିବାହ ବନ୍ଧାଣ ଖାତା ମଧ୍ୟ ଜବତ କରିଥିବା ବେଳେ ଗ୍ରାମରେ ଲାଗିଥିବା କିଛି ସିସି କେମେରାକୁ ଫୁଟେଜକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here