କୁକୁଡ଼ାଖଣ୍ଡି ବ୍ଳକରେ ହିତାଧିକାରୀଙ୍କୁ ଭତା ପ୍ରଦାନ

0
319

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି, ଲୋଚାପଡା, ବୋରିଗାଁ, ଗୁରୁଣ୍ଠି ଏବଂ ହୁଗୁଳାପଟ୍ଟା ପଞ୍ଚାୟତର ବିଭିନ୍ନ ହିତାଧିକାରୀଙ୍କୁ ବୁଧବାର ସକାଳ ୮ଘଣ୍ଟା ସମୟରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର, ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଉପସ୍ଥିତ ରହି ସମସ୍ତ ହିତାଧିକାରୀଙ୍କୁ ଭତା ପ୍ରଦାନ କରିଥିଲେ। ପ୍ରଥମେ ନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଭତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତା ଓ ଭିନ୍ନକ୍ଷମ ଭତା ପ୍ରଦାନ କରାଯାଇଥିଲା।ସେହିଭଳି ଲୋଚାପଡା,ବୋରିଗାଁ,ଗୁରୁଣ୍ଠି ଓ ହୁଗୁଳାପଟ୍ଟା ପଞ୍ଚାୟତରେ ମଧ୍ୟ ଏହି ଭତା ପ୍ରଦାନ କରାଯାଇଥିଲା।ତେବେ ବୋରିଗାଁର କୁଶ ସାହୁଙ୍କ ଭିନ୍ନକ୍ଷମ ଦୁଇ ଜାଆଳ ଭାଇ ଓମ୍-ସାଇ ଭତା ନେବା ପାଇଁ ଆସିନଥିବା ଖବର ଜାଣିବା ପରେ ବ୍ଲକ ଅଧ୍ୟକ୍ଷ ଓ ବିଡିଓ ସେମାନଙ୍କ ଘରକୁ ଯିବା ସହ ତାଙ୍କ ପରିବାର ଲୋକଙ୍କୁ ୭ ମାସର ଭତା ଟଙ୍କା ପ୍ରଦାନ କରିଥିଲେ।ଏଭଳି ଏକ ମହାନ କାର୍ଯ୍ୟ ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଏବଂ ବିଡିଓ ଗଦାଧର ପାତ୍ରଙ୍କୁ ସାଧୁବାଦ ଜ୍ଞାପନ ଜଣାଇଥିଲେ।ଏହି ଭତା ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ନିମଖଣ୍ଡି ସରପଞ୍ଚ ପ୍ରଦୀପ କୁମାର ବେହେରା, ଲୋଚାପଡା ସରପଞ୍ଚ ମିନତୀ ବେହେରା,ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ,ଗୁରୁଣ୍ଠି ସରପଞ୍ଚ ଟି.ମିନତୀ ପାତ୍ର,ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା,ହୁଗୁଳାପଟ୍ଟା ନାଏବ ସରପଞ୍ଚ,ସମିତି ସଭ୍ୟା ମୀରା କୁମାରୀ ସାହୁ,ସମାଜସେବୀ ସୁରେଶ ସାହୁ,ପିଇଓ ରାମ ଦଳେଇ,ସୁଦାମ ମଲ୍ଲିକ,ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଜିଆରଏସ୍ ଅରୁଣ କୁମାର ଭୂୟାଁ,ନାରାୟଣ ସାହୁ,ସମାଜସେବୀ ସୁରେଶ ସାହୁ,ବୁଲୁ ବେହେରା,ଟି.ନରସିଂହ ପାତ୍ର, ଚନ୍ଦ୍ରଭାନୁ ନାୟକ,କୋମଳ ଲୋଚନ ମଲଣା,ଟିଟୁ ନାୟକ,ଶିଵ ସେଠି,ଶେଷଦେବ ନାୟକ, ମାୟାଧର ନାୟକ,ସୁଦାମ ସ୍ବାଇଁ, ଏମ୍.ପର୍ଶୁରାମ ଓ କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here