କଂଗ୍ରେସ ଦଳ ପକ୍ଷରୁ ଫଳ ଓ ମାସ୍କ ବଣ୍ଟନ

0
260

ଉମରକୋଟ: ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘର ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ତଥା ସମାଜସେବୀ ପଦ୍ମନ ବିଶୋଇଙ୍କ ସହଯୋଗ ଓ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଙ୍କ ନେତୃତ୍ୱ ରେ ସବୁ ୱାର୍ଡର ରୋଗୀଙ୍କୁ ଫଳ ଓ ମାସ୍କ ବଣ୍ଟନ କରାଯାଇଛି । ଆଗାମୀ ଦିନରେ ଜିଲ୍ଲା ଓବିସି ସେଲ ପକ୍ଷରୁ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ ପାଇଁ ପ୍ରସ୍ତୁତ ହେଉଥିବା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସେହିପରି କୋରନା ଭଳି ମହାମାରୀ ବ୍ୟାପୁ ଥିବା ବେଳେ ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ମାସ୍କ ବ୍ୟବହାର କରିବା । ସେହିପରି ମାସ୍କ ସହ ସାମାଜିକ ଦୁରତା , ସବୁବେଳେ ହାତକୁ ଧୋଇବା ଓ ସାନିଟାଇଜ କରିବା କୁ ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି ଫଳ , ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଦେବାଶିଷ ମହାନ୍ତି , ଅନିଲ ରାଉତ , କୁନା ସାହୁ , ମୁନା ପାଢ଼ୀ, ସୁରେନ୍ଦ୍ର ନାୟକ , ପର୍ଶୁ ନାୟକ ପ୍ରମୁଖ ଯୋଗଦେଇଥିଲେ ।

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here