ଜିଲ୍ଲାପ୍ରଶାସନ ପ୍ରଚେଷ୍ଟାରେ ନିର୍ଭୟକଢି ଏବଂ ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମର ଶୁଭାରମ୍ଭ

0
687

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାପ୍ରଶାସନ ପ୍ରଚେଷ୍ଟା ଦ୍ୱାରା ଛତ୍ରପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ଜିଲ୍ଲାପରିଷଦ ଭବନ ଠାରେ ସ୍ୱୟଂସିଦ୍ଧା ଏବଂ ନିର୍ଭୟକଢି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ବାଲ୍ୟବିବାହକୁ ବିଲୋପ କରିବା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ କରାଯାଇଛି । ଗଞ୍ଜାମରେ ୨୮ ପ୍ରତିଶତ ବାଲ୍ୟ ବିବାହ ହେଉଥିବାରୁ ଏହାକୁ ବିଲୋପ କରିବା ପାଇଁ ବାଳିକା ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯିବ ଏବଂ ୧୮ବର୍ଷ ପୂର୍ବରୁ ଜୋର ଜବରଦସ୍ତ ବିବାହ କରାଇଲେ ଆଇନଗତ ସହାୟତା ପ୍ରଦାନ ସହିତ ସପୃକ୍ତ ବାଳିକାକୁ ପ୍ରଶାସନିକ ସହାୟତା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା ,ବାତ୍ୟା.ଅଗ୍ନୀକାଣ୍ଡ, ସାପକାମୁଡା, ସଡକ ଦୁର୍ଘଟଣା, ପାଣିରେ ବୁଡିଯାଉଥିବାକୁ ଉଦ୍ଧାର ଇତ୍ୟାଦିର ମୁକାବିଲା ତାଲିମ ପ୍ରଦାନ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ୫୦ଜଣ ସ୍ୱୟଂ ସହାୟିକାଙ୍କୁ ଜିଲ୍ଲାସ୍ତରରେ ତାଲିମ ଦିଆଯିବ ଏବଂ ସେମାନେ ପ୍ରତ୍ୟେକ ପଞ୍ଚାୟତରେ ଅତି କମରେ ୧୦ଜଣ ସଦସ୍ୟାଙ୍କୁ ତାଲିମ ଦେବେ । ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା, ନାରୀ ସଶକ୍ତିକରଣ , ସ୍ୱଚ୍ଛତା ଅବଲମ୍ବନ, ପର୍ଯ୍ୟାବରଣ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ପ୍ରଭୃତି ଉପରେ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହକୁ ପ୍ରତିରୋଧ କରିଥିବା ଧରାକୋଟର ବର୍ଷାରାଣି ମୁନି, ଆସିକାର ଋତୁ ନାୟକ ଏବଂ ଯାଜ୍ଞସେନୀ ମଲ୍ଲୀକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଜନା ସମନ୍ୱୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଆସିକା ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ ପଲାଇ, ଉପାଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଣ୍ଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ରେଡ୍ଡୀ, ଛତ୍ରପୁର ସିଡିପିଓ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here