ଗଜପତିରେ ୩ଦିନିକିଆ ଟୀକାକରଣ କାର୍ଯ୍ୟ ସମାପନ। ୪,୩୦୦ରୁ ଉର୍ଦ୍ଧ ଟିକା କରଣ ହୋଇଛି

0
240

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୮ବର୍ଷ ରୁ ୪୪ ବର୍ଷିୟ ଲୋକଙ୍କ ନିମନ୍ତେ ୩ଦିନିଆ ଟିକାକରଣ କାର୍ଯ୍ୟକ୍ରମ ଆଜି ସମାପନ ହୋଇଯାଇଛି । ଗଜପତି ଜିଲ୍ଲା ଏନ୍‌ଆର ଜଣ ‌ଏମ୍‌ର ଡେପୁଟି ମ୍ୟାନେଜର ସୁଶାନ୍ତ ନାୟକ ଦେଇଥିବା ସୂଚନା ଅନୁସାରେ, ଗତ ସୋମବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ଶେଷ ଦିନ ସୁଦ୍ଧା ପ୍ରାୟ ୪ହଜାର ୩ଶହରୁ ଉର୍ଦ୍ଧ ଜଣଙ୍କୁ ଟିକାକରଣ କରାଯାଇଛି । ଏହି ୩ଦିନିଆ ଟିକାକରଣ ପାଇଁ ୪ହଜାର ୫ଶହ ଟିକା ଆସିଥିଲା । ବର୍ତ୍ତମାନ ବଳକା ଥିବା ଟିକାକୁ ଆବଶ୍ୟକ ପଡିଲେ ଆସନ୍ତାକାଲି ଟିକାକରଣ କରାଯିବ । ଏଠାରେ ଉଲ୍ଲେଖ ଯୋଗ୍ୟ ପାରଳା ସହରର ମୋଟ ୮ଗୋଟି ସ୍ଥାନରେ ଏହି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ସେଗୁଡିକ ହେଲା ଆର୍‌ଏମ୍‌ସି କଟନ ୟାର୍ଡ, ଗାନ୍ଧି ମେମୋରିଆଲ ସ୍କୁଲର ବ୍ଲକ-ଏ ଏବଂ ବ୍ଲକ-ବି, ୧୧ନମ୍ବର ୱାର୍ଡ ଅନ୍ତର୍ଗତ ମହାରାଜାଙ୍କ ଓଡିଆ ବାଳିକା ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟାଉନ ହଲ୍‌, ସହରାଞ୍ଚଳ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ୩ଦିନିଆ ଟିକାକରଣ କାର୍ଯ୍ୟକ୍ରମରେ ପାରଳା ପୌରାଞ୍ଚଳର ଯୁବଗୋଷ୍ଠୀ ଅତ୍ୟନ୍ତ ଉତ୍ସାର ସହ ଟିକା ଗ୍ରହଣ କରିଥିବାର ଦେଖାଦେଇଥିଲା । ଗଜପତି ଜିଲ୍ଲାପାଳ ଅନୁପମ ସାହା ଙ୍କ ତତ୍ବାବଧାନରେ ୩ଦିନିଆ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଦିନ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ । ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଓ ପାରଳାଖେମୁଣ୍ଡି ପୌର ପରିଷଦର କର୍ମଚାରୀ ମାନଙ୍କ ମିଳିତ ଆନୁକୂଲ୍ୟରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ସମ୍ପାଦନା କରାଯାଇଥିଲା ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here