ବେଗୁନିଆପଡା ବଜାରରେ ସ୍ୱଛତା କାର୍ଯ୍ୟକ୍ରମ ପାଳିତ

0
296

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଏହି ବ୍ଲକ ଅନ୍ତର୍ଗତ ବେଗୁନିଆପଡା ପରିବା ହାଟ, ଷ୍ଟେଟ ବ୍ୟାଙ୍କ ଚତୁର୍ପାଶ୍ୱ, ପଞ୍ଚାୟତ ଆଖପାଖ ଅଞ୍ଚଳ କୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ବ୍ଲକ ତରଫରୁ ଉଦ୍ୟମ କରାଯାଇଛି | ଏହି ଅଭିଯାନ ରେ ବ୍ଲକ ବିଡିଓ ବେଦବର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱଛତା କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ସହିତ ବେଗୁନିଆପଡା ଜନତା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. କାମରାଜୁ ପାତ୍ର ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ, ଶିକ୍ଷକ, ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଷ୍ଟେଟ ବ୍ୟାଙ୍କ, ପରିବା ହାଟ କୁ ସ୍ୱଚ୍ଛ ପରିମଳ ରଖିବା ପାଇଁ ଏହି ଉଦ୍ୟମ କୁ ସ୍ଥାନୀୟ ବାସୀ ଖୁବ ପ୍ରଶଂସା କରିଥିଲେ | ଶେଷରେ ପଞ୍ଚାୟତ ଗୃହରେ ସ୍ୱଚ୍ଛ ପରିମଳ ନିମନ୍ତେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |

LEAVE A REPLY

Please enter your comment!
Please enter your name here