ପ୍ରକାଶ ପାଇଲା”ମାଟିଘଟ” ନାମରେ ଏକ ନୂତନ ସାହିତ୍ୟ ପତ୍ରିକା

0
316

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଈଶା ପବ୍ଳିକେସନ୍ ପକ୍ଷରୁ ପ୍ରକାଶିତ ହୋଇଛି ଶାରଦୀୟ ମୁଖପତ୍ର ‘ମାଟିଘଟ’।କୋଭିଡ୍ ନିୟମକୁ ପାଳନ କରି ଆଙ୍କୁଶପୁର ସ୍ଥିତ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଶ୍ରୀ ସନ୍ୟାସୀ ମହାରଣା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଆବାହକ ଶ୍ରୀ ରତ୍ନାକର ଶୀୟ କାର୍ଯକ୍ରମକୁ ସଂଯୋଜନା କରିଥିଲେ।ପ୍ରଥମେ ପ୍ରାରମ୍ଭିକ ସଂଗୀତ ଭାବେ ବନ୍ଦେମାତରାମ୍ ସଂଗୀତ ପରିବେଷଣ ହୋଇଥିଲା।ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ସୁବାଷ ମହାରଣା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମେଜର୍ ରମାରମଣ ପାଢୀ, ମୁଖ୍ୟ ବକ୍ତା ରୂପେ ଡଃ କୁଳମଣି ଓଝା, ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ସୁଶାନ୍ତ ଦାଶ, ଡଃ କାହ୍ନୁ ଚରଣ ପାଢୀ, ମିହିର ତ୍ରିପାଠୀ, ଶ୍ରୀ ନିରଞ୍ଜନ ରେଡ୍ଡୀ, ଅଧ୍ୟାପକ ସଞ୍ଜୟ କୁମାର ଷଢଙ୍ଗୀ,କୁକୁଡାଖଣ୍ଡି ବ୍ଳକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଦୀପ କୁମାର ସାହୁ, ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ବରିଷ୍ଠ ସାମ୍ବାଦିକ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ, ସାହିତ୍ୟିକ ସୁଶାନ୍ତ କୁମାର କର ସମାଜସେବୀ ଈ. ମାହେଶ୍ଵରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପତ୍ରିକା ଉନ୍ମୋଚନ ଓ ଈଶା ଭିଜନ୍ ବ୍ୟାନରରେ ନିର୍ମିତ କିଛି କ୍ଷୁଦ୍ର ଚଳଚ୍ଚିତ୍ର ପଦର୍ଶନ ମଧ୍ୟ କରାଯାଇଥିଲା।ନୃତ୍ୟମ୍ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖୁବ୍ ଚିତ୍ତାର୍କଷକ ନୃତ୍ୟ ପରିବେଷଣ ମଧ୍ୟ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହିତ ସାହିତ୍ୟ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସଭାପତି କବିଶ୍ରୀ ବୁଲୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ପରିସମାପ୍ତି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here