ଗଞ୍ଜାମ ବାସୀଙ୍କ ହିତ କୁ ଦୃଷ୍ଟିରେ ରଖି ଜିଲ୍ଲାକୁ ସଂକ୍ରମଣରୁ ମୁକ୍ତ କରିବା ଲାଗି ଜିଲ୍ଲାପାଲଙ୍କ ଦୃଢ ପଦକ୍ଷେପ।

0
372

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ):କରୋନା ସଂକ୍ରମଣ କୁ ରୋକିବା ଲାଗି ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଙ୍କ ଦ୍ଵାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଗ୍ରାମ୍ୟ ଉର୍ଣ୍ଣାୟନ ସଂସ୍ଥା ପ୍ରକଳ୍ପର ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓ ଟି ଦି ସି ଏ ମ ଡ଼ି ହେମକାନ୍ତ ସାଏ ,ଓ ଅନ୍ୟାନ୍ୟ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜୁନ ମାସ ଘଡି ସନ୍ଧି ର ସମୟ, ଗଂଜାମ ବାସି ଙ୍କ ହିତ କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଉକ୍ତ ବୈଠକରେ ଅତ୍ୟଧିକ କଟକଣା କୁ ବଳବତ୍ତର ରଖିବାକୁ ଦୃଢ ନିଷ୍ଫତି ନେଇଛନ୍ତି।
କଟକଣା :—-
* ବିନା ମାସ୍କ ରେ ବାହାରେ ବୁଲିବେ ନାହିଁ। ଯଦି ବୁଲିବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ।
* ପ୍ରତ୍ୟେକ ଦୋକାନ ରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସଙ୍ଗେ ସଙ୍ଗେ ଗରାଖ ମାନଙ୍କ ବିବରଣୀ ଉଲେଖ କରିବେ।
* ଦୋକାନ ଅଗରେ ଗୋଲାଇ କରିବା ସହ ହ୍ୟାଣ୍ଡ ଗ୍ଲୋବ ଓ ସାନିଟାଇଜେର ବ୍ୟବହାର ବାଧ୍ୟତାମୂଳକ।
* ସନ୍ଧ୍ୟା 7 ରୁ ସକାଳ 7 ଜରୁରୀ ସ୍ୱାସ୍ଥ୍ୟ ସେବା ବ୍ୟତୀତ ବାହାରକୁ ବାହାରିବା ନିଷେଧ।
* ପ୍ରତ୍ୟେକ ଶନିବାର ଓ ରବିବାର ସେହିପରି ଜରୁରୀ ସ୍ୱାସ୍ଥ୍ୟ ସେବା କୁ ବାଦ ଦେଲେ କେହି ବି ବାହାରକୁ ବାହାରିବେ ନାହିଁ। ଯଦି ବାହାରିବେ ବନ୍ଧା ହେବେ
ଅତ୍ୟାବଶ୍ୟକ ସାମଗ୍ରୀ ପୂର୍ବ ରୁ ସଂଗ୍ରହ କରିଥିବେ।
* ଗାଡି ମଟର ଗଡ଼ିବା ନିଷେଧ।
* 60 ବର୍ଷ ରୁ ଉର୍ଦ୍ଧ୍ବ ଲୋକ ମାନେ ବାହାରେ ବୁଲିବା ନିଷେଧ।
* ହୋଟେଲ ,ପାର୍କ,ରାଜନୈତିକ ସମାରୋହ,କୋଚିଂ ସେଣ୍ଟର , ସାଂସ୍କୃତିକ ଓ ଧାର୍ମିକ ଓ ସାମାଜିକ ଉତ୍ସବ ନିଷେଧ।
* ଆଗକୁ ଲକ୍ଷେ ରୁ ଅଧିକ ଘରୋଇ କ୍ଵ।ରେଣ୍ଟ।ଇନ ରହିବାକୁ ଥିବାରୁ କର୍ମଚାରୀ ମାନଙ୍କୁ ଅଧିକ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
* ଯେଉଁ ମାନେ ଘରୋଇ କ୍ବାରେଣ୍ଟାଇନ ବାହାରେ କାହାସହିତ ନ ମିସି ସଫଳତାର ସହ ସରାଇବେ ସେମାନଙ୍କୁ ନିର୍ଧାରିତ ଅର୍ଥ ସହିତ ସନମାନ ପ୍ରଦାନ କରାଯିବ।
* ହଟ ସ୍ପଟ ଅଂଚଳ ରୁ ଆସିଥିବା ଲୋକ ଙ୍କୁ କ୍ବାରେଣ୍ଟାଇ ନ ରେ ରଖାଯିବ।

ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଗଂଜାମ ବାସୀଙ୍କୁ କରୋନା ସଂକ୍ରମଣ କୁ ରୋକିପାରିବ।

LEAVE A REPLY

Please enter your comment!
Please enter your name here