ପଥର ବ୍ଲାଷ୍ଟିଂ ସମୟରେ ପାଟପୁର ପୋଲିସର ଚଢ଼ାଉ;୭ ଗିରଫ

0
250

ବ୍ରହ୍ମପୁର: ରବିବାର ଏସ ରଘୁନାଥପୁର ଗ୍ରାମ ନିକଟ ଗୌଡ଼ ଗୌଡୁଣି ପାହାଡ଼ରେ ପଥର ବ୍ଲାଷ୍ଟିଂ ସମୟରେ ପାଟପୁର ପୋଲିସ୍ ଚଢ଼ାଉ କରି ଡେଟୋନେଟେଡ ୫୦ ଟି, ବ୍ଲାଷ୍ଟିଙ୍ଗ ବ୍ୟାଟେରୀ ୧, ଡ୍ରିଲିଂ ରଡ୍ ୨୦, କମ୍ପରେଶର ମେସିନ ସହ ଟ୍ରାକ୍ଟର ୧, ପଥର ବୋଝେଇ ଟ୍ରାକ୍ଟର ୧ ଜବତ କରିଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି l ବ୍ଲାଷ୍ଟିଙ୍ଗ ଜାଣି ନଥିବା ଲୋକଙ୍କ ମାଧ୍ୟମରେ ପଥର ବ୍ଲାଷ୍ଟିଙ୍ଗ କରୁଥିବା ହେତୁ ୧୭୯/୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ମାନେ ହେଲେ ୧) କାଳିଆ ଲେଙ୍କା, ପାଟପୁର ୨) ଶିବ ବେହେରା ପଳାଶପୁର ଇନ୍ଦ୍ରାବାସ ୩) କାଳିଆ ନାୟକ ପଳାଶପୁର ଇନ୍ଦ୍ରାବାସ ୪) ହୃଷିକେଶ ପଣ୍ଡା ରଘୁନାଥପୁର ୫) ଜିତେନ୍ଦ୍ର ସେଠୀ, ଜଗନ୍ନାଥପୁର ୬) ହଂସ ସେଠୀ, ଜଗନ୍ନାଥପୁର ୭) ଜଗନ୍ନାଥ ବରାଡ, ଏରେଣ୍ଡ୍ରେ l

LEAVE A REPLY

Please enter your comment!
Please enter your name here