ସ୍କୁଟି ସହ ୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

0
337

ଭଞ୍ଜନଗର : ଗଞ୍ଜାମ – କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ବୁଧବାର ରାତ୍ର ସମୟରେ ଭଞ୍ଜନଗର ଥାନା ଏସଆଇ ମନସ୍ୱିନୀ ମହାନ୍ତି ଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ପଟୁ ଆସୁଥିବା ଏକ ସ୍କୁଟି କୁ ପୋଲିସ ସନ୍ଦେହରେ ଅଟକାଇ ଯାଂଚ କରିବା ପରେ ସେମାନଙ୍କ ପାଖରୁ ଏକ ଗଞ୍ଜେଇ ଭର୍ତ୍ତି ବ୍ୟାଗ ମିଳିଥିଲା। ଏହା ପରେ ମାଜିଷ୍ଟ୍ରେଟ ବିକାଶ ଚନ୍ଦ୍ର ଭୋଇଙ୍କ ଉପସ୍ଥିତରେ ଜବତ ଗଂଜେଇ କୁ ଓଜନ କରାଯିବା ପରେ ୮ କିଲୋ ୪୦ ଗ୍ରାମ ରହିଥିଲା। ଏଥିରେ ସମ୍ପୁକ୍ତ ଥିବା କନ୍ଧମାଳ ଜିଲ୍ଲାର ଦୁଇ ଯୁବକ ଉଦ୍ଧବ ଦିଗାଲ ଓ ପ୍ରବୀଣ ଦିଗାଲ କୁ ଗିରଫ କରି କେସ ନମ୍ବର ୩୬୨/୨୧ ରେ ମାମଲା ରୁଜୁ କରାଯାଇ ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here