ଗୋଲିଆରେ ଗୁଳିମାଡ଼ , ଦୁଇ ଆହତ ବ୍ରହ୍ମପୁର ସ୍ଥାନାନ୍ତର

0
529

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ଗୋଲିଆ ଗଳି ସାହିରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଗୁଳିମାଡ଼ ହୋଇ ଗୋଲିଆର ସନାତନ ବାଡ଼ତ୍ୟା ଓ ବାଦୁଆର ଅନିଲ ଦୋରା ଗୁରୁତର ଆହତ ହୋଇ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତିର ନାମ ଜଣା ପଡିନଥିବା ବେଳେ ଆଇଆଇସି ଚିତ୍ତରଞ୍ଜନ ବେହେରା ଅନୁସନ୍ଧାନ ପାଇଁ ବ୍ରହ୍ମପୁର ଯାଇଥିବା ବେଳେ ପୋଲିସ ଫୋର୍ସ ସହ ଭଞ୍ଜନଗର ଏସ.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର ଗୋଲିଆରେ ପହଞ୍ଚିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here