କୁକୁଡ଼ାଖଣ୍ଡିରେ ବିଶ୍ଵ ପରିବେଶ ଦିବସରେ ବୃକ୍ଷ ରୋପଣ

0
276

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡ଼ାଖଣ୍ଡି ବ୍ଲକ ପଞ୍ଚାୟତ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ଶିଶୁ ଉଦ୍ୟାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ସ୍ଥାନୀୟ ଖେଳପଡ଼ିଆ,ପୋଖରୀ ହୁଡା, ବାଉଁସିଆପଲ୍ଲୀ ରାସ୍ତା ଠାରୁ କୁକୁଡ଼ାଖଣ୍ଡି ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକରେ ବିଭିନ୍ନ ପଞ୍ଚାୟତ ଦ୍ଵାରା ପ୍ରାୟ ଏକ ଲକ୍ଷ କୋଡିଏ ହଜାରରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଯାଇଛି। ଏଥିରେ ନଡ଼ିଆ, ପଣସ ,ଆମ୍ବ ,ଜାମ,ଡାଳିମ୍ବ ,ଯାମକୋଳି ,ନିମ,ଅଁଳା ବୃକ୍ଷ ଆଦି ରୋପଣ କରିଛନ୍ତି। ସମସ୍ତ ବୃକ୍ଷ ବଂଚିବା ସହିତ ହୃଷ୍ଟପୁଷ୍ଟ ଅବସ୍ଥାରେ ଗଛ ବଡ଼ାଇବା କାର୍ଯ୍ୟ ଚାଲୁଅଛି। ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ବିଶ୍ୱ ପରିବେଶ ଦିବସରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ସ୍ଥାନୀୟ ସରପଞ୍ଚ ଅଦଲ ଚେନ୍ନେୟା,ବରିଷ୍ଠ କୃଷି ଅଧିକାରୀ ଡି.ମାଧବ ରାଓ , ମହୁଡା କୃଷି ଅଧିକାରୀ ବିଶ୍ବରଜନ ବେହେରା, ପିଇଓ ଦିଲ୍ଲୀପ କୁମାର ଓଡ଼ିଆ,ଗ୍ରାମ ରୋଜଗାର ସେବକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ଶ୍ରମ ଦାନ କରିଅଛନ୍ତି। ଆଗାମୀ ବର୍ଷ ପ୍ରାୟ ସବୁଜ ବଳୟ କରିବା ପାଇଁ କୁକୁଡ଼ାଖଣ୍ଡି ବ୍ଳକର ବିଭିନ୍ନ ଅଞ୍ଚଳବାସୀ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here