ଧକ୍କାରେ ଗାଈ ଗୁରୁତର,ଆହତ ଗାଈର ଚିକିତ୍ସାକଲା ଗୋସେବା ସଂଗଠନ

0
253

ବ୍ରହ୍ମପୁର :ପଶୁସେବାରେ ନିୟୋଜିତ ହୋଇଥିବା ଗୋସେବା ସଂଗଠନ ଆଜି ପୁଣି ଏକ ଦୁର୍ଘଟଣାରେ ଶିକାର ହୋଇଥିବା ଗାଈକୁ ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇଛି । ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଉଦ୍ୟମ ଓ ସେବା ମନୋବୃତ୍ତି ଯୋଗୁଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ବହୁ ବୁଲା ଗାଈଗୋରୁ ଓ କୁକୁରର ଜୀବନ ରକ୍ଷା କରାଯାଇ ପାରୁଛି । ବୁଧବାର ରାତ୍ର ପ୍ରାୟ ୧୧:୩୦ ଘଣ୍ଟା ସମୟରେ ଖାଜୁରିଆ NH-16, ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋଟେ ଗାଈ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରୀ ଚୌଧୁରୀ ଖବର ପାଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ଶ୍ରୀ ଚୌଧୁରୀ ପ୍ରାଣୀ ବିଭାଗର ଡା଼. ସୋମୀକ ସ୍ବାଇଁଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳେ ପହଞ୍ଚି ଉକ୍ତ ଗାଈଟିର ପ୍ରାଥମିକ ଚିକିତ୍ସା କରୁଥିଲେ । ଉକ୍ତ ଗାଈଟିର ଗୋଡ଼ ଏବଂ ପେଟରେ ଗଭୀର ଆଘାତ ଲାଗିଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଏକ ଘୋରାଇ ଅଟୋ ଯୋଗେ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଭୋର ସକାଳୁ ଉକ୍ତ ଗାଈଟିର ଅସ୍ତ୍ରପ୍ରଚାର କରାଯିବ ବୋଲି ଡକ୍ଟର କିରଣ ବିଷୋୟୀ କହୁଛନ୍ତି । ଏଥିରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତ୍ତୀଭାସନ ସହଯୋଗ କରିଥିବା ବେଳେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ମନୋଜ କୁମାର ତରାଇ, ମନୋରଞ୍ଜନ ସାବତ, ଏନ ଶଙ୍କର ପାତ୍ର, ପ୍ରସାଦ ପାତ୍ର, କାଳିଆ ପାତ୍ର, କିରଣ ରେଡ୍ଡୀ, ଶଙ୍କର ସାହୁ, ବି ମୋହନ ପାତ୍ର, ମନୋରଞ୍ଜନ ଶତପଥୀ, ରବୀନ୍ଦ୍ର ପାତ୍ର, ସୁଦାମ ମହାରଣା, ସିମା ମହାରଣା, ବି ମୁରଲୀ ପାତ୍ର, ସ୍ମୁତି ରଂଜନ ତରାଇ, ବି ତ୍ରିନାଥ ପାତ୍ର, ବି ଅର୍ଜୁନ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହାକୁ ନେଇ କେବଳ ଖାଜୁରିଆ ଗ୍ରାମର ବାସିନ୍ଦା ନୁହଁ ବ୍ରହ୍ମପୁର ଆଖପାଖ ଅଂଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ସଂଗଠନର ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସାଧୁବାଦ୍ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here