ପୂର୍ବତନ ସରପଞ୍ଚଙ୍କ ଭାତୃ ବିୟୋଗ

0
351

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିନ୍ତାମଣୀ ସ୍ୱାଇଁଙ୍କର କନିଷ୍ଠ ଭ୍ରାତା ନିଶାମଣୀ ସ୍ଵାଇଁ(40)ଙ୍କର କରୋନାରେ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗତ ମଇ 25 ତାରିଖରେ ସ୍ଵର୍ଗତ ନିଶାମଣୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଚିକିତ୍ସା ପାଇଁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ I ସେଠାରେ ତାଙ୍କର ଅମ୍ଳଜାନ ସ୍ତର କମିବା ସହିତ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ବ୍ରହ୍ମପୁର ସ୍ଥିତ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟରେ କ୍ରମାଗତ ଅବନତି ପରିଲକ୍ଷିତ ହେବାରୁ ତାଙ୍କୁ ଗତକାଲି ଆଇସିୟୁ ଏବଂ ଆଜି ସକାଳେ ଭେଣ୍ଟିଲେଟରରେ ରଖାଯାଇଥିଲା I କିନ୍ତୁ ଡ଼ାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ନିଶାମଣୀ ଆଜି ସକାଳ ଦଶ ଘଣ୍ଟା ସମୟରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ I ନିଶାମଣୀଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ଡକାଇ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଗୋଷାଣୀ ନୂଆଁ ଗାଆଁ ସ୍ଥିତ ନୀଳକଣ୍ଠେଶ୍ୱର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା I ନିଶାମଣୀ ଜଣେ ମେଳାପି, ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ନିଶାମଣୀଙ୍କ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here