ଗଞ୍ଜାମ ଜିଲ୍ଲାର ପ୍ରବେଶ ପଥରେ ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି ଓ ଯାନବାହନର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କଲା ଜିଲ୍ଲା ପ୍ରଶାସନ

0
383

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ): କରୋନା ମହାମାରୀର ସଂକ୍ରମଣରୁ ଜିଲ୍ଲା ବାସୀଙ୍କୁ ରକ୍ଷା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଗୁଆ ପଦକ୍ଷେପ ନେଇ ସବୁବେଳେ ଚର୍ଚ୍ଚାରେ। ଯେପରିକି ୧୪୪ଧାରା ଲଗାଇବା ହେଉ,ଲକ ଡାଉନ,ସଟଡାଉନକୁ କଡାକଡି ପାଳନ କରିବା,ଯାନବାହନ ଚଳାଚଳ ଉପରେ କଟକଣା, ଜିଲ୍ଲାର ପାରମ୍ପରିକ ଦଣ୍ଡ ଯାତ୍ରା, ତାରାତାରିଣୀ ଯାତ୍ରା, ମେରୁଯାତ୍ରା ଉପରେ କଟକଣା , ବାଧ୍ୟତା ମୁଳକ ମାସ୍କ ପିନ୍ଧିବା, ରାସ୍ତାରେ ମନ ଇଚ୍ଛା ଛେପ ନପକାଇବା ଇତ୍ୟାଦି କ୍ଷେତ୍ରରେ ନୂଆ ନୂଆ ରଣନୀତି ପ୍ରୟୋଗ କରି ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଚର୍ଚ୍ଚିତ ଗଂଜାମ । ବର୍ତ୍ତମାନ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି କିମ୍ବା ଯାନବାହନ ଉପରେ ତୀକ୍ଷ୍ଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ଯାଞ୍ଚ ଏତେ କଡାକଡି ଭିତରେ ମଧ୍ୟ କିଛି ଅମାନିଆ କେତେ ବେଳେ କାର ଡିକି ଭିତରେ ତ ପୁଣି କେତେ ବେଳେ ଆମ୍ବୁଲାନ୍ସ ଭିତରେ ଲୁଚି ଆସୁଥିବା ଦେଖି ବାକୁ ମିଳୁଛି । ଏଥିପାଇଁ ଆଜି ଜିଲ୍ଲାପାଳ ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଗଞ୍ଜାମ ସୀମାର ଅନତି ଦୂରରେ ଥିବା ଗୁରାପଲ୍ଲୀ ଟୋଲ୍ ଗେଟ ଆସି ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡାକଡି କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଟୋଲ୍ ଗେଟ ପୂର୍ବରୁ ଥିବା ଭେଜିପୁଟ ସୁମୁଣ୍ଡଳ ରାସ୍ତାକୁ ବେରିକେଟ କରିଥିବା ବେଳେ ନାରାୟଣୀ ରାସ୍ତାକୁ ବେରିକେଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟରଞ୍ଜନ ପୃଷ୍ଟି,ଏସଡ଼ିପିଓ ଗୌତମ କିସାନ, ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ, ବିଡ଼ିଓ ନବକୃଷ୍ଣ ଜେନା, ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଆଡିସିନାଲ ତହସିଲଦାର ଜ୍ୟୋତିର୍ମୟ ଦାସଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here