କୋଡ଼ିଙ୍ଗା ତହସିଲ ପକ୍ଷରୁ ରାଜସ୍ୱ ରଥର ଶୁଭାରମ୍ଭ

0
556

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଠାରେ ଆଜି କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ତରଫରୁ “ରାଜସ୍ୱ ରଥ” ର ଶୁଭାରମ୍ଭ ହୋଇଛି । ଏହି ରାଜସ୍ୱ ରଥ କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଯେଉଁ ବ୍ୟକ୍ତି ମାନଙ୍କ ଗୃହ,ଜମି ପଟା ପାଇନଥିଲେ ସେମାନେ ଙ୍କୁ ନିଜ ଘର ସମ୍ମୁଖରେ ପଟା ପ୍ରଦାନ କରାଯିବ । ଏହାକୁ ରାଜ୍ୟ ସରକାରଙ୍କ ତତ୍ୱାବଧାନ ରେ ଗତ ମେ ମାସରୁ ପ୍ରତ୍ୟେକ ଜିଲ୍ଲା ରେ ଶୁଭାରମ୍ଭ କରିଥିଲେ । ଏହି ରାଜସ୍ୱ ରଥ ବିଭିନ୍ନ ଗ୍ରାମର ସାଧାରଣ ଲୋକ ଙ୍କ ମୌଳିକ ସୁବିଧା ପଟା, ଅଭିଯୋଗ ଦାଖଲ ସହ ଅନ୍ୟ ସୁବିଧା ତହସିଲ କାର୍ଯ୍ୟାଳୟ କୁ ନଯାଇ ଘର ପାଖରେ ପାଇପାରିବେ । ଆଜି କୋଷାଗୁମୁଡ଼ା ଠାରେ ଅପରାହ୍ଣ ୪ଟା ରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା,କୋଷାଗୁମୁଡ଼ା ରାଜସ୍ବ ନିରୀକ୍ଷକ ଅରୁଣ ପ୍ରସାଦ ବିଶୋଇ, ରାଜସ୍ୱ ସହାୟକ ଯୁଗୋ ଜ୍ୟୋତି ଶତପଥୀ ଉପସ୍ଥିତି ରେ ଶୁଭାରମ୍ଭ କରିଥିଲେ । କୋଷାଗୁମୁଡ଼ା ର ଦିପ୍ତୀ ପ୍ରକାଶ ଜଗଦେଵ, ଡୋମୁ ହରିଜନ ଓ ମାଳିଆଟିଗାଁ ଗ୍ରାମର ଶ୍ରୀକୃଷ୍ଣ ନାୟକ ଙ୍କୁ ପଟା ବଣ୍ଟନ କରିଥିବା କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here