ବିଧାୟକ, ବିଡ଼ିଓ ଓ ତହସିଲଦାରଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

0
260

ପୋଲସରା: ପୋଲସରା ବ୍ଲକର ୪ ଗୋଟି ପାଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଜୁନ ଦୁଇ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ,ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଦିଲ୍ଲୀପ କୁମାର ନାୟକ ପୂର୍ବାହ୍ନରେ ପୋଲସରା ବ୍ଲକର ବେଳଗାଁ ଓ ବୁଡ଼େଇଶୁଣି ଦୁଇ ପଞ୍ଚାୟତ ଏବଂ ଅପରାହ୍ନରେ ବି.ପଙ୍କଳବାଡ଼ି ଓ ମଧୂପଲ୍ଲୀ ଦୁଇ ପାଞ୍ଚାୟତ, ଏହିପରି ମୋଟ ଚାରି ଗୋଟି ପଞ୍ଚାୟତରେ କୋଭିଡ ସଚେତନତା ପାଇଁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ କରିଥିଲା। ଅନୁଷ୍ଠିତ କରୋନା ସଚେତନତା କାର୍ଯ୍ୟକ୍ରମ ବୈଠକ ଗୁଡିକରେ ନିଜର ବକ୍ତବ୍ୟରେ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ମୁଖ୍ୟ କାରଣ ଭୋଜି ଗୁଡିକରେ ଜନଗହଳି ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିବା ସହ ଭୋଜିଭାତ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ। ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ପ୍ରଶାସନଙ୍କ ଅନୁମତି ନେଇ ଅତି କମ୍ ସଂଖ୍ୟକ ଅତିଥିଙ୍କୁ ଡାକି ବିବାହ ଓ ମୃତାହ କାର୍ଯ୍ୟକ୍ରମ କରିବା ସହ ଭୋଜି ରୋଷେଇ ନକରି ପ୍ୟାକେଟ ଖାଦ୍ୟ ବଣ୍ଟନ ପାଇଁ ବିଡ଼ିଓ ଶ୍ରୀ ସାହୁ ଓ ତହସିଲଦାର ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଧାୟକ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ସଂକ୍ରମଣ ବିଷୟରେ ସଚେତନ କରାଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here