ନଅ ଭାଇଆ ପରିବାରରୁ ଚାଲିଗଲେ ତିନି ଜଣ

0
430

ପୋଲସରା: ଗଂଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ତିନି ପୁଅ ମାତ୍ର ୧୨ ଦିନ ବ୍ୟବଧାନ ରେ ମୃତ୍ୟୁ ବରଣ କରିଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ବର୍ଗତ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ନଅ ଜଣ ପୁଅ ଗୋଟିଏ ପରିବାର ମଧ୍ୟରେ ବସବାସ କରି ଏକ ଉଦାହରଣ ସୃଷ୍ଟି କରଥିବା ବେଳେ ସେହି ପରିବାର ପୋଲସରା ଅଞ୍ଚଳରେ ନଅ ଭାଇଆ ପରିବାର ଭାବେ ପରିଚିତ। ଏହି ପରିବାରର ବଡ ପୁଅ ତଥା ଅବସରପ୍ରାପ୍ତ ଶିକ୍ଷକ କାଳୁ ଚରଣ ପ୍ରଧାନ ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା। ହେଲେ କାଳୁ ଚରଣ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୨ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ସ୍ୱର୍ଗତ କାଳୁ ଚରଣ ପ୍ରଧାନଙ୍କ ସର୍ବ କନିଷ୍ଠ ଭାଇ ନବରତ୍ନ ପ୍ରଧାନ କରୋନା ଆକ୍ରାନ୍ତ ହୋଇ ଗତ ମଇ ୨୨ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଭାଇ ପାଣ୍ଡବ ପ୍ରଧାନ ମଇ ୨୮ ତାରିଖ ଦିନ କରୋନାରେ ସଂକ୍ରମିତ ହୋଇ ସେହି ବ୍ରହ୍ମପୁର କୋଭିଡ ହସପିଟାଲରେ ମୃତ୍ୟୁ ମୁଖରେ ପଡିଥିଲେ। ସାନଭାଇ ମୃତ୍ୟୁ ବରଣ କରିବାର ୧୨ ଦିନରେ ଜୁନ ୨ ତାରିଖ ଦିନ ବଡଭାଇ କାଳୁ ଚରଣ ପ୍ରଧାନଙ୍କ ହୃଦଘାତରେ ପ୍ରାଣବାୟୁ ଚାଲିଯାଇଛି । ମାତ୍ର ୧୨ ବାର ଦିନ ମଧ୍ୟରେ ତିନି ଭାଇ ଆରପାରିକୁ ଚାଲିଯିବା ଘଟଣାରେ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରକାଶ ଥାଉକି ଦୁଇ ଭାଇଙ୍କ କରୋନାରେ ମୃତ୍ୟୁ ହେବା ପରେ ପ୍ରଧାନ ପରିବାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ବାରିକେଟ ନିର୍ମାଣ କରାଯାଇଥିଲା। ଦୁଇ ସାନ ଭାଇଙ୍କ ମୃତ୍ୟୁ ଯୋଗୁ ବଡଭାଇଙ୍କ ହୃଦଘାତ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here