ତେଲ ବୋଝେଇ ପିକଅଫ ଭ୍ୟାନ ଓଲଟି ଚାଳକ ଗୁରୁତର

0
337

ଭଞ୍ଜନଗର (ନିଲୁ ବିଷୋୟୀ) ସୋରଡ଼ା ଥାନା ଅଧିନ ଗୋଚ୍ଛା ନିକଟରେ ଏକ ତେଲ ବୋଝେଇ ପିକଅଫ ଭ୍ୟାନ ଓଲଟି ଚାଳକ ସାଗର କୁମାର ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଫିକଅଫ ଭ୍ୟାନଟି ବ୍ରହ୍ମପୁର ରୁ ଦାରିଙ୍ଗବାଡି ଅଭିମୁଖେ ଖାଇବା ତେଲ ପ୍ୟାକେଟ ଧରି ଯାଉଥିବା ସମୟରେ ଗୋଚ୍ଛା ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବା ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here