କୁଲାଙ୍ଗୀ ରେ 13 ଦିନିଆ ଦଣ୍ଡଯାତ୍ରା ଆରମ୍ଭ; କୋଭିଡ଼ ନିୟମ କଡାକଡି ପାଳନ

0
288

ଗାଙ୍ଗପୁର(ନ୍ୟୁଜଏକ୍ସଟ୍ରା) ଗାଙ୍ଗପର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଚଳିତ ବର୍ଷର 13 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି I ମା’ଦଣ୍ଡକାଳୀଙ୍କୁ ଲୋକେ ପ୍ରତ୍ୟେକ୍ଷ ଦେବୀ ମାନୁଥିବା ବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ଦଣ୍ଡଯାତ୍ରା ସମୟରେ ଏହି ଦଣ୍ଡ ଦଳରେ ଶତାଧିକ ଦଣ୍ଡୁଆ ସାମିଲ ହେଉଥିବା ବେଳେ , ଚଳିତ ବର୍ଷ କୋଭିଡ଼ କଟକଣା ସକାଶେ କଟକଣାଯୁକ୍ତ ଯାତ୍ରାକୁ ପ୍ରଶାସନ ତରଫରରୁ କରାଯାଇଥିବା ନିୟମ ଅନୁସାରେ କେବଳ 41 ଜଣ ଦଣ୍ଡୁଆଙ୍କୁ ନେଇ ଦଣ୍ଡ ପର୍ବ ଗ୍ରାମରେ ଆରମ୍ଭ ହୋଇଛି। ଗ୍ରାମବାସୀ ମାନେ ମଧ୍ୟ ପୂଜା ସମୟରେ ବନ୍ଧ ତୁଠରେ ଭିଡ଼ ନକରିବା ପାଇଁ ସଚେତନ କରାଯାଇଛି। ସେହିପରି ଚଳିତ ବର୍ଷ ସନ୍ଧ୍ୟା ସମୟର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାହାର ଭକ୍ତଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି I ପାଟ ଦଣ୍ଡୁଆଙ୍କ ସମେତ ଅନ୍ୟ ଦଣ୍ଡୁଆମାନେ ଗେରୁଆ ବସ୍ତ୍ର ପରିଧାନ କରି ଏକାଠି ହୋଇ ଗୁରୁବାର ସକାଳେ ସଂକଳ୍ପ ହୋଇ ଦଣ୍ଡକାଳୀ ଓ ମହାଦେବଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ସନ୍ଧ୍ୟାରେ ଗ୍ରାମ ପରିକ୍ରମା ହେବା ସହ ସମଗ୍ର ପରିବେଶ ଢୋଲ ଓ ଘଣ୍ଟ ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା।ରାତ୍ରୀ ସମୟରେ ଅଗ୍ନିପୂଜା ସମ୍ପନ୍ନ ହୋଇଥିଲା।ଏବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ କେବଳ ପାରମ୍ପରିକ ଚଢ଼େୟା ଚଢ଼େୟାଣୀ ଓ ଶବର ଶବରୁଣୀ ଲୋକନୃତ୍ୟ ପରିବେଷଣ କରାଯିବା ପାଇଁ ସ୍ଥିର ହୋଇଛି। କୋଭିଡ ନିଆମାନୁଯାଇ ସମସ୍ତ ଦଣ୍ଡୁଆ ମାକ୍ସ ପରିଧାନ କରିଥିବା ଦେଖିବାକୁ ମିଳିଛି ।ଆଜି ସମସ୍ତ ଦଣ୍ଡୁଆଙ୍କୁ ନେଇ ଗ୍ରାମ କମିଟି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ପ୍ରତିଦିନ ଥର୍ମାଲ ଦ୍ଵାରା ଓ ଅକ୍ସୀମିଟର ଦ୍ଵାରା ଦଣ୍ଡୁଆଙ୍କ ଯାଞ୍ଚ କରାଯିବ ବୋଲି ଦଣ୍ଡ ପରିଚାଳକ ସୂର୍ଯ୍ୟ ନାରାୟଣ ସ୍ବାଇଁ ପ୍ରକାଶ କରିଛନ୍ତି । ଦଣ୍ଡ ଯାତ୍ରା କୁ ଗାଁ କମିଟି ସଭାପତି ହାଡୁବନ୍ଦୁ ସ୍ବାଇଁ, ଚନ୍ଦ୍ରକାନ୍ତ ଗୁରୁ, ବାପୁଜୀ ସ୍ବାଇଁ, ନିତ୍ୟାନନ୍ଦ ସ୍ବାଇଁ, ରଞ୍ଜନ ସ୍ବାଇଁ, ଦଣ୍ଡ ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ, ପାଟଦଣ୍ଡୁଆ ପିତବାସ ସ୍ବାଇଁ, କାଳିଶି ମାଗୁଣିଗୌଡ ସହଯୋଗ କରିଥିଲେ।

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here