ଅବକାରୀ ବିଭାଗର ଚଢ଼ାଉ, ୫୯ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

0
266

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) : ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଓ ବାଗଲପୁର ଗ୍ରାମରେ ଚଢ଼ାଉ କରାଯାଇଥିଲା । ବେଆଇନ ଭାବେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ରେ ଆଶିଷ କୁମାର ସାହୁ ଓ ଟୁକୁନା ସାହୁଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ନିକଟରୁ ୪୪ ଲିଟର ବିୟର ଓ ୧୫ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏ ସମ୍ପର୍କରେ ଖଲ୍ଲିକୋଟ ଅବକାରୀ କେସ ନମ୍ବର ୧୭/୨୦୨୧-୨୨ ଓ ଛତ୍ରପୁର ସଦର ଅବକାରୀ କେସ ନମ୍ବର ୯/୨୦୨୧-୨୨ ଅନୁଯାୟୀ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଖଲ୍ଲିକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପାତ୍ର ଓ ଛତ୍ରପୁର ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଏହି ଚଢ଼ାଉ ରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here