ଲକ୍ ଡାଉନ୍ ବଦଳାଇ ଦେଲା ଜୀବିକା…ଥିଲେ ନୃତ୍ୟ ଗୁରୁ ଏବେ ରାସ୍ତା କଡ଼ର ଚିକେନ୍ ବ୍ୟବସାୟୀ

0
250

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ପେଟ ପାଇଁ ସଙ୍ଘର୍ଷ କରୁଥିବା ମଣିଷ ପରିସ୍ଥିତିରେ ପଡି ଜୀବିକା କୁ ବଦଳେଇବାକୁ ବାଧ୍ୟ ହୋଇଥାଏ । କୋରନା ପାଇଁ ବର୍ଷତମାମ ଲକଡାଉନ ଓ ସଟଡାଉନ ସାଧରଣ ଲୋକର ପରିଚୟ ଓ କୌଳିକ ବୃତିକୁ ବଦଳାଇ ଦେଇଛି । କରୋନା ସମୟରେ ଖଟିଖିଆ ଠୁ ବଡ ବଡ ବ୍ୟବସାୟୀ ପ୍ରଭାବିତ ହୋଇଥିବା ବେଳେ କଳାକାର ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଯାହାଫଳରେ କଳାକାରମାନେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ଉପାୟ ଆପଣଇଛନ୍ତି । ତେବେ ଆଜି ଆମେ ଏମିତି ଏକ ନୃତ୍ୟ ଗୁରୁଙ୍କୁ ଭେଟିବା ଯିଏ କରୋନା ମାହାମରୀ ଯୋଗୁଁ ଜୀବିକା ହରାଇ ପରିବାର ପ୍ରତିପୋଷଣ ପାଇଁ ଆପଣଇ ନେଇଛନ୍ତି ଚିକେନ ବ୍ୟବସାୟ । ଖଲ୍ଲିକୋଟରୁ ଆମର ସ୍ୱତନ୍ତ୍ର ରିପୋର୍ଟ ଲକ ଡାଉନ ବଦଳାଇ ଦେଲା ଜୀବିକା ……
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅର୍ନ୍ତଗତ କେଶପୁର ପଞ୍ଚାୟତ ର ତେନ୍ତୁଳିଆପଡା ଗ୍ରାମର ନିରଞ୍ଜନ ବେହରା ଜଣେ ପ୍ରତିଭାବାନ ଯୁବ ନୃତ୍ୟଗୁରୁ । କିନ୍ତୁ କରୋନା ମହାମରୀ ଆଜି ତାଙ୍କୁ ସଜେଇ ଦେଇଛି ରାସ୍ତା କଡ ଚିକେନ ବ୍ୟବସାୟୀ । କରୋନା ର ପ୍ରଥମ ଲହର ବେଳେ ମଂଚ ନୃତ୍ୟ ବନ୍ଦ ହେବା ପରେ ପାଖରେ ଥିବା ସଂଚୟ ଟଙ୍କା ନେଇ ସେ ଗାଁକୁ ଫେରିଥିଲେ । ନିରଞ୍ଜନଙ୍କ ପରିବାର କାହିଲେ ଗୋଟିଏ ଝିଏ,ଗୋଟିଏ ପୁଅ ଓ ସ୍ତ୍ରୀ ଝରଣା । ସଂଚୟ ଟଙ୍କା ସରିବା ପରେ ନିରଞ୍ଜନ କୁ ଘାରିଥିଲା ପରିବାର ପ୍ରତିପୋଷଣ ର ଚିନ୍ତା । ଶେଷରେ ବହ୍ମପୁର ରୋମିଓ ଡ୍ୟାନସ ଏକାଡେମୀର ନୃତ୍ୟ ଗୁରୁ ପରିବାର ପାଇଁ ଦାନା ଯୋଗାଡିବାକୁ ଆପଣେଇ ନେଇଥିଲେ ଚିକେନ ବ୍ୟବସାୟକୁ । ପ୍ରାୟ ବର୍ଷେ ହେଲା କଳା ଜଗତ ସମ୍ପୁର୍ଣ ଠପ ହୋଇଯାଇଥିବା ବେଳେ ବିଭିନ୍ନ ଆଲବମ , ଯାତ୍ରା ଓ ବିଭିନ୍ନ ମଂଚରେ ନୃତ୍ୟ କରି ଓଡଶାର କୋଣଅନୁକୋଣରେ ପ୍ରତିଷ୍ଠିତ ହୋଇଥିବା ନିରଞ୍ଜନ କରୋନାର ପ୍ରକୋପ କମିଲେ ପୁଣି କଳାଜଗତକୁ ଫେରିବା ପାଇଁ ଆଶା ରଖିଛନ୍ତି । ତେବେ ତାଙ୍କ ପାଖରେ ମଂଚରେ ନୃତ୍ୟ ପରିବେଷଣ କରି ପରିବାର ପ୍ରତିପୋଷଣ କରୁଥିବା ଅନ୍ୟ କଳାକାର ବହୁ କଷ୍ଟରେ ଥିବା ସେ କହିଛନ୍ତି । ତା ସହ କଳକାର ମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।ପିଲାଟି ବେଳୁ ଡ୍ୟାନସ ପ୍ରତି ଋଚି ରଖିଥିଲେ ନିରଞ୍ଜନ । ଦ୍ୱିତୀୟ ଶ୍ରେଣୀ ପାଠ ପଢିଥିବା ନିରଞ୍ଜନ ପରିବାର ପ୍ରତିପୋଷଣ ପାଇଁ ଗାଁ ଛାଡି ବ୍ରହ୍ମପୁର ଚାଲିଯାଇଥିଲେ । ସେଠାରେ ସେ ଟ୍ରେନରେ ଫେରି ବେପାର କରୁଥିଲେ । କିନ୍ତୁ ଡ୍ୟାନସ ଶିଖିବାର ନିଶା ତାଙ୍କୁ ଏମିତି ଘାରିଥିଲା ଯେ ସେ ଦିନ ସାରା ବେପାର କରି ସନ୍ଧ୍ୟା ସମୟରେ ନୃତ୍ୟ ଶିଖୁଥିଲେ । ସେବେଠୁ ସେ ଆଉ ଫଛକୁ ଫେରିନଥିଲେ । ବହ୍ମପୁର ସହର ରେ ୩୦ ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ରୋମିଓ ଡ୍ୟାନସ ଏକାଡେମୀ । ନିରଞ୍ଜନ ବହୁ ଆଲବମରେ କୋରିଅଗ୍ରାଫର ଭାବେ କାମ କରିଥିବା ବେଳେ,ଯାତ୍ରା ଓ ବିଭିନ୍ନ ମଂଚରେ ନିଜର ପ୍ରତିଭା ଦେଖାଇ ପାରିଥିଲେ । କରୋନା ଏହି ଭଳି କେତେ ଯେ କଳକାରଙ୍କର ଜୀବନ ଶୈଳୀ ବଦଳାଇ ଦେଇଛି ସେହି ଭିତରେ ନିରଞ୍ଜନ ମଧ୍ୟ ବାଦ ପଡିନାହାନ୍ତି । ନିଜ ପରିବାର ମୁହଁରେ ମୁଠେ ଦାନା ଦେବା ପାଇଁ ଚିକେନ ବ୍ୟବସାୟ ଆପଣଇଛନ୍ତି । ଚିକେନ ବ୍ୟବସାୟରୁ କଷ୍ଟେମଷ୍ଟେ ଚାରିପ୍ରାଣୀ କୁଟୁମ୍ବ ଚଳୁଥିବା ବେଳେ କରୋନା ପ୍ରକୋପ କମିଲେ ପୁଣି କଳା ଜଗତକୁ ଫେରିବାକୁ ଆଶା ରଖିଛନ୍ତି ନିରଞ୍ଜନ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here