ସଂକୀର୍ତ୍ତନ ଗୁରୁ କେ.କୃଷ୍ଣ ପାତ୍ରଙ୍କ ଦେହାନ୍ତ

0
384

ବୁଗୁଡା: ବୁଗୁଡା ସହରର ଯାଦବ ସାହି ସଂକୀର୍ତ୍ତନ ଦଳ ଗୁରୁ କେ.କୃଷ୍ଣ ପାତ୍ର(୫୫)ଙ୍କ ଜୁନ ୨ ତାରିଖ ଦିନ ସକାଳ ୭ ଘଣ୍ଟା ସମୟରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ଜଣାପଡିଛି। ସଂକୀର୍ତ୍ତନ ଗୁରୁ କୃଷ୍ଣଙ୍କୁ ଭୀଷଣ ଜ୍ଵର ହେବା ଯୋଗୁ ଗତ ୧୬ ତାରିଖ ଦିନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବର୍ଗତ ଶ୍ରୀ ପାତ୍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here