ଜଗଦଳପୁର ଗ୍ରାମରେ ପୁଣି ଆଉ ଜଣେ ମହିଳାଙ୍କୁ ଲୁଟ୍ ଉଧେଷ୍ୟରେ ଆକ୍ରମଣ

0
1047

କୁକୁଡ଼ାଖଣ୍ଡି: ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଆଜି ପୁଣି ଲୁଟ୍ କରିବା ଉଦ୍ଦେଶ୍ୟରେ ଆଉ ଜଣେ ମହିଳାଙ୍କ ମୁଣ୍ଡକୁ ଇଟା ମାଡ଼ କରି ଦୁର୍ବୁତ୍ତ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଉକ୍ତ ମହିଳା ଜଣକ ହେଲେ ଜଗଦଳପୁର ଗ୍ରାମର ବାବୁଲା ପାଢିଙ୍କ ସ୍ତ୍ରୀ କବିତା ପାଢ଼ୀ(୪୬) ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ଜଗଦଳପୁର ଗ୍ରାମର ବ୍ରାହ୍ମଣ ସାହିରେ ରହୁଥିବା ବାବୁଲା ପାଢ଼ୀଙ୍କ ସ୍ତ୍ରୀ କବିତା ପାଢ଼ୀ ସନ୍ଧ୍ୟା ସମୟରେ ଘରେ ଏକା ଥିବା ସମୟରେ ଜଣେ ଦୁର୍ବୁତ୍ତ ଲୁଟ୍ କରିବା ଉଦ୍ଦେଶ୍ୟରେ ଘରର ଛାତ ଉପରରୁ ସିଡ଼ି ରାସ୍ତା ଦେଇ ଘରକୁ ପ୍ରବେଶ କରିଥିଲା ।ଏହି ସମୟରେ ମହିଳା ଜଣକ ହଟାତ୍ ଦେଖିଦେଇଥିଲେ ।ଫଳରେ ଦୁର୍ବୁତ୍ତ ଜଣକ ହାତରେ ଧରିଥିବା ଇଟାରେ ମହିଳାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା ।ଫଳରେ ମହିଳା ଜଣକ ଚିତ୍କାର କରି ତଳେ ପଡିଯାଇଥିଲେ ।ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେ ମହିଳାଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ ।ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ମହିଳା ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡ଼ିକାଲ ପଠେଇଥିଲେ ।ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ, ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପକ୍ଷରେ ଗତକାଲି ମଧ୍ୟ ଉକ୍ତ ଗ୍ରାମର ଗୋଲା ସାହିରେ କେ ଭାରତୀ ପାତ୍ର ନାମ୍ନୀ ଆଉ ଜଣେ ମହିଳାଙ୍କୁ ମଧ୍ୟ ଏକ ଲୁହାରଡରେ ମୁଣ୍ଡକୁ ଆକ୍ରମଣ ହୋଇଥିଲା ।ଦୁଇ ଦିନ ମଧ୍ୟରେ ଦୁଇଟି ଘଟଣା ଘଟିଯାଇଥିବା ବେଳେ ଘରେ ଏକା ରହୁଥିବା ମହିଳା ମାନେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ।ଯାହାକୁ ନେଇ ଗ୍ରାମବାସୀ ଭୟବିତ ହୋଇପଡିଥିବା ବେଳେ ପୋଲିସ ପାଇଁ ଚିନ୍ତା ବଢିଯାଇଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here