ଆସିକା ବଣିକ ସଙ୍ଘ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର

0
267

ଆସ୍କା(ଜଗନ ପଣ୍ଡା)ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସେବା କର ନାମରେ ମାସିକ 30 ଟଙ୍କା ଓ ବାର୍ଷିକ 360 ଟଙ୍କା ଆଦାୟ ପ୍ରତିବାଦ କରି ଆଜି ଆସିକା ଅଞ୍ଚଳ ବଣିକ ସଙ୍ଘ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା NAC ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲ ଙ୍କୁଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବର୍ଜ୍ୟ ବସ୍ତୁ ସଂଗ୍ରହ ପାଇଁ ନିଅ ଯାଉଥିବା ସେବାକର ଅନ୍ୟ କେଉଁ NAC ରେ ନିଆଯାଉ ନଥିବା ବେଳେ ଆସିକାରୁ କେବଳ ଏହା କାହିଁକି ଆଦାୟ କରାଯାଉଛି ସେ ବିଷୟରେ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ସହ କଥା ହେବା ସହ ଆଗାମୀ ଦିନରେ ଏହା ଆସିକା ଅଂଚଳରୁ ନ ଆଦାୟ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଇଛି ବୋଲି ସଂଘ ର ସଭାପତି କହିଛନ୍ତି।

LEAVE A REPLY

Please enter your comment!
Please enter your name here